ହେଲମେଟ ପିନ୍ଧି ନଥିଲେ ମନ୍ତ୍ରୀ, ବିଧାୟକ ଦେଲେ ଫାଇନ
ହେଲମେଟ ପିନ୍ଧି ନଥିଲେ ମନ୍ତ୍ରୀ, ବିଧାୟକ ଦେଲେ ଫାଇନ
ଭୁବନେଶ୍ୱର : ହେଲମେଟ ପିନ୍ଧି ନଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ ଫାଇନ ଗଣିଛନ୍ତି । ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି ।
ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାସ ବାଲେଶ୍ୱର ଗସ୍ତରେ ଯାଇଥିଲେ । ଗସ୍ତ କାଳରେ ସେ କେତେକ ସ୍କୁଲ ମଧ୍ୟ ପରିଦର୍ଶନ କରିଥିଲେ । ତେବେ ଗସ୍ତ ସମୟରେ ମନ୍ତ୍ରୀ ଶ୍ରୀ ଦାସ ବାଇକରେ ଯାଇଥିଲେ । ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ ବାଇକ ଚଳାଉଥିବାବେଳେ ମନ୍ତ୍ରୀ ତାଙ୍କ ପଛପଟେ ବସିଥିଲେ । ଉଭୟ ହେଲମେଟ ପିନ୍ଧିନଥିବାରୁ ଟ୍ରାଫିକ ପୁଲିସ ଅଟକାଇଥିଲେ । ଟ୍ରାଫିକ ପୁଲିସ ଫାଇନ କାଟିଥିଲେ । ପରେ ବିଧାୟକ ଶ୍ରୀ ଦାସ ଟ୍ରାଫିକ ଥାନା ଯାଇ ହଜାରେ ଟଙ୍କା ଜରିମାନା ଦେଇଥିଲେ । ମନ୍ତ୍ରୀ ଶ୍ରୀ ଦାସ ଆଜି ବିଭିନ୍ନ ସ୍କୁଲ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ମନ୍ତ୍ରୀମାନଙ୍କୁ ୫ଟି ସହ ଆଉ ଗୋଟିଏ ଟି ବା ଟୁର କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମନ୍ତ୍ରୀମାନେ ବିଭିନ୍ନ ଅଂଚଳ ଗସ୍ତ କରୁଛନ୍ତି ।




admin 