ହତ୍ୟା ନୁହେଁ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି: ଏମ୍ସ ପ୍ୟାନେଲ
ହତ୍ୟା ନୁହେଁ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି: ଏମ୍ସ ପ୍ୟାନେଲ
admin
Oct 3, 2020 - 09:13
Updated: Oct 3, 2020 - 09:13
ମୁମ୍ବାଇ:ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତୁ୍ୟ ମାମଲାରେ ତଦନ୍ତ ଜୋରଦାର ଚାଲିଥିବାବେଳେ ପରିବାର ପକ୍ଷରୁ କୁହାଯାଇଥିଲା ଯେ ସୁଶାନ୍ତଙ୍କୁ ହତ୍ୟା କରାଯାଇଛି । ଯାହାକି ଘଟଣାଟି ଆତ୍ମହତ୍ୟା କି ହତ୍ୟା ତାହା ଜାଣିବାକୁ ସମସ୍ତେ ବ୍ୟତିବ୍ୟସ୍ତ ଥିବାବେଳେ ଏନେଇ ସ୍ୱତନ୍ତ୍ର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି । ସୁଶାନ୍ତଙ୍କ ମୃତୁ୍ୟକୁ ୧୧୧ଦିନ ପୂରିଥିବାବେଳେ ଏମ୍ସ ହସପିଟାଲ ପକ୍ଷରୁ ସୁଶାନ୍ତ ଆତ୍ମହତ୍ୟା କରିଥିବା ରିପୋର୍ଟ ରହିଛି । ଏନେଇ ଏମ୍ସ ପ୍ୟାନେଲର ନେତୃତ୍ୱରେ ଡ ସୁଧୀର ଗୁପ୍ତା କହିଛନ୍ତି ଯେ, ସୁଶାନ୍ତଙ୍କୁ ହତ୍ୟା କରାଯାଇନାହିଁ ବରଂ ସେ ଆତ୍ମହତ୍ୟା କରିଛନ୍ତି । ଏହି ରିପୋର୍ଟ ସେ ଶବବ୍ୟବଚ୍ଛେଦ ରିପୋର୍ଟ ଯାଞ୍ଚ କଲାପରେ ପରେ ଏହି ନିଷ୍ପତ୍ତିରେ ସେ ପହଞ୍ଚôଛନ୍ତି । ତେବେ ଏମ୍ସ ଡକ୍ତର ୨୯ ସେପ୍ଟମ୍ବରରେ ସିବିଆଇକୁ ଯାଞ୍ଚ ପ୍ରଦାନ କରିଥିଲେ । ତେବେ ସିବିଆଇ ଏହି ସମ୍ପର୍କରେ ନିଜର କାମ କରିବ ବୋଲି ଏମ୍ସ କହିଥିଲା । ସୂଚନାଯାୟୀ ଜୁନ ୧୪ରେ ଅଭିନେତାଙ୍କ ଝୁଲନ୍ତା ମୃତଦେହ ନିଜ ବାସଭବନରୁ ଉଦ୍ଧାର କରାଯାଇଥିବାବେଳେ ପରିବାର ଅଭିଯୋଗ କରିଥିଲେ ଯେ, ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସୁକାଇଥିଲେ । ଏହାପରେ ଏହି ଘଟଣାର ତଦନ୍ତକୁ ନେଇ ଚାରିଆଡୁ ଦାବି କରାଯାଇଥିଲା । ଏହି କେଶରେ ତଦନ୍ତ ଲାଗି ଏନସିବି, ଇଡ଼ି ଓ ସିବିଆଇ ସଦସ୍ୟ ମୁଖ୍ୟ ଭୂମିକା ନିଭାଉଛନ୍ତି ।