ସଡ଼କ ଦୁର୍ଘଟଣା, ୩ ମୃତ

ସଡ଼କ ଦୁର୍ଘଟଣା, ୩ ମୃତ

ସଡ଼କ ଦୁର୍ଘଟଣା,  ୩ ମୃତ

ନ୍ୟୁୟର୍କ: ଆମେରିକାର ପଶ୍ଚିମ ମାସାଚ୍ୟୁସେଟ୍‌ସ୍‌ରେ ସଡ଼କ ଦୁର୍ଘଟଣା ଯୋଗୁଁ ୩ଜଣ ଶିକ୍ଷାର୍ଥୀ ପ୍ରାଣ ହରାଇଥିବା ବେଳେ ୫ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନେ ଯାତ୍ରା କରୁଥିବା କାର୍‌ଟି  ଗୋଟାଏ ଟ୍ରକ୍‌ ସହ ଧକ୍କା ଖାଇବାରୁ ଏଭଳି ଅଘଟଣ ଘଟିଛି।
ଗୁରୁବାର ଦିନ ବାକ୍‌ସାୟର୍‌ ଡିଷ୍ଟ୍ରିକ୍ଟ୍‌ ଆଟର୍ଣ୍ଣି ଅଫିସ୍‌ ଜାରି କରିଥିବା ବିବୃତି ଅନୁସାରେ, ମୃତ ଛାତ୍ରମାନେ ହେଉଛନ୍ତି, ୨୭ ବର୍ଷିୟ ‌ପ୍ରେମ କୁମାର ରେଡ୍ଡୀ ଗୌଡ଼ା, ୨୨ ବର୍ଷୀୟ ପାବନୀ ଗୁଲ୍ଲାପାଲ୍ଲୀ ଏବଂ ୨୨ ବର୍ଷିୟ ସାଇ ନରସିଂହ ପତମସେଟ୍ଟୀ।ଆହତମାନେ ହେଲେ, ୨୩ ବର୍ଷିୟ ମନୋଜ ରେଡ୍ଡୀ ଡୋଣ୍ଡା, ୨୨ ବର୍ଷିୟ ଶ୍ରୀଧର ରେଡ୍ଡୀ ଚିନ୍ତାକୁନ୍ତା, ୨୩ ବର୍ଷିୟ ବିଜିତ ରେଡ୍ଡୀ ଗୁମ୍ମାଲା ଏବଂ ୨୨ ବର୍ଷିୟ ହିମା ଈଶ୍ବର୍ୟ୍ୟା ଶିଦ୍ଦିରେଡ୍ଡୀ। ଚିକିତ୍ସା ନିମନ୍ତେ ସେମାନଙ୍କୁ ବାକ୍‌ସାୟର୍‌ ମେଡିକାଲ୍‌ ସେଣ୍ଟର୍‌ରେ ଭର୍ତ୍ତି କରାଯାଇଛି।
ମୃତାହତମାନେ ହେଉଛନ୍ତି ଆନ୍ତର୍ଜାତିକ ମହାବିଦ୍ୟାଳୟ ଛାତ୍ର। ସେମାନଙ୍କ ମଧ୍ୟରୁ ୬ଜଣ ‘ୟୁନିଭର୍ସିଟି ଅଫ୍‌ ନିୟୁ ‌ହାଭେନ୍‌’ରେ ଏବଂ ଜଣେ ‘ସାକ୍ରେଡ୍‌ ହାର୍ଟ ୟୁନିଭର୍ସିଟି’ରେ ଅଧ୍ୟୟନ କରୁଥିଲେ ବୋଲି ଆଇନ ପ୍ରବର୍ତ୍ତନ କର୍ତ୍ତୃପକ୍ଷମାନେ କହିଛନ୍ତି।ଟ୍ରକ୍‌ରେ ଥିବା ଏକମାତ୍ର ଯାତ୍ରୀ ତଥା ଚାଳକ ୪୬ ବର୍ଷିୟ ଆର୍ମାଣ୍ଡୋ ବତିସ୍ତା-କ୍ରୁଜ୍‌ଙ୍କୁ ମଧ୍ୟ ଚିକିତ୍ସା ନିମନ୍ତେ ‘ଫେୟାର୍‌ଭିୟୁ ମେଡିକାଲ୍‌ ସେଣ୍ଟର୍‌’କୁ ନିଆଯାଇଛି।