ସ୍ୱାମୀ ବିବେକାନନ୍ଦ ଥିଲେ ଜଣେ ବିରଳ ବ୍ୟକ୍ତିତ୍ୱ

ସ୍ୱାମୀ ବିବେକାନନ୍ଦ ଥିଲେ ଜଣେ ବିରଳ ବ୍ୟକ୍ତିତ୍ୱ

ସ୍ୱାମୀ ବିବେକାନନ୍ଦ ଥିଲେ ଜଣେ ବିରଳ ବ୍ୟକ୍ତିତ୍ୱ

ଭୁବନେଶ୍ୱର : ସ୍ୱାମୀ ବିବେକାନନ୍ଦ ଆଧୁନିକ ଭାରତର ଆଧ୍ୟାତ୍ମିକ ଜାଗରଣର ଜନକ ତଥା ଯୁବଶକ୍ତିର ଚିରନ୍ତନ ପ୍ରତୀକ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖରେ ସେ କୋଲକତାଠାରେ ଜନ୍ମ ନେଇଥିଲେ । ତାଙ୍କର ମୂଳ ନାମ ନରେନ୍ଦ୍ରନାଥ ଦତ୍ତ । ଆଧ୍ୟାତ୍ମିକ ଗୁରୁ ରାମକୃଷ୍ଣ ପରମହଂସଙ୍କର ଶିଷ୍ୟ ହେବା ପରେ ସେ ସ୍ୱାମୀ ବିବେକାନନ୍ଦ ନାମ ଗ୍ରହଣ କଲେ । ତାଙ୍କର ସବୁଠାରୁ ବଡ ଉପଲବ୍ଧି ହେଲା ସେ ସନାତନ ଧର୍ମକୁ ବିଶ୍ୱ ଦରବାରରେ ପରିଚିତ କରାଇବା ସଙ୍ଗେସଙ୍ଗେ ବିଶ୍ୱର ଏକ ପ୍ରମୁଖ ଧର୍ମ ଭାବେ ଉପସ୍ଥାପନ କରିବାରେ ସଫଳ ହୋଇଥିଲେ । ବେଦାନ୍ତ ଓ ଯୋଗ  ଦର୍ଶନ ତାଙ୍କ ଲାଗି ଆନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟ ହୋଇଥିଲା । ୧୮୯୩ ଆୟୋଜିତ ଚିକାଗୋ ବିଶ୍ୱ ଧର୍ମ ମହାସଭାରେ ‘ଆମେରିକାର ଭାଇ ଓ ଭାଉଣୀମାନେ’ ସମ୍ବୋଧନ କରି ପ୍ରଦାନ କରିଥିବା ସ୍ୱଳ୍ପ ଅବଧିର ବକ୍ତବ୍ୟ ମାଧ୍ୟମରେ ଯୁବ ବିବେକାନନ୍ଦ ସଭିଙ୍କୁ ଚମତ୍କୃତ କରିଦେଇଥିଲେ । ଭାରତରେ ସମସାମୟିକ ହିନ୍ଦୁ ସଂସ୍କାର ଅଭିଯାନ ତାଙ୍କ ଯୋଗୁଁ ଗତିଶୀଳ ହୋଇଥିଲା । ସେ ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିସନ ଭଳି ସଙ୍ଗଠନରେ ସ୍ଥାପନକାରୀ । 

ସେ ଆଜୀବନ ବ୍ରହ୍ମଚାର୍ଯ୍ୟ ପାଳନ କରିଥିଲେ । ମହାତ୍ମା ଗାନ୍ଧୀ, ଅରବିନ୍ଦ ଘୋଷ, ବାଘା ଯତୀନ, ହୋମଚନ୍ଦ୍ର ଘୋଷ ପ୍ରମୁଖ ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ । ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ଓ ଦର୍ଶନକୁ ସ୍ମରଣ କରିବା ଲାଗି ୧୯୮୫ ମସିହାରୁ ପ୍ରତିବର୍ଷ ତାଙ୍କ ଜନ୍ମଦିନକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଉଛି ।