ସ୍ୱଦେଶରେ ବିକଶିତ କୋଭିଡ ଟିକା ‘କୋଭାକ୍ସିନ’ ଭାରତୀୟ ପ୍ରଜାତିର ଭୂତାଣୁକୁ ମାରିପାରୁଛି

ସ୍ୱଦେଶରେ ବିକଶିତ କୋଭିଡ ଟିକା ‘କୋଭାକ୍ସିନ’ ଭାରତୀୟ ପ୍ରଜାତିର ଭୂତାଣୁକୁ ମାରିପାରୁଛି

ସ୍ୱଦେଶରେ ବିକଶିତ କୋଭିଡ ଟିକା ‘କୋଭାକ୍ସିନ’ ଭାରତୀୟ ପ୍ରଜାତିର ଭୂତାଣୁକୁ ମାରିପାରୁଛି
ନୂଆଦିଲ୍ଲୀ: ଭାରତୀୟ ଭେଷଜ କମ୍ପାନି ଭାରତ ବାୟୋଟେକ ଦ୍ୱାରା ସ୍ୱଦେଶରେ ବିକଶିତ କୋଭିଡ ଟିକା ‘କୋଭାକ୍ସିନ’ ବି.୧.୬୧୭ ନାମକ ସବୁଠୁ ଘାତକ ଭାରତୀୟ ପ୍ରଜାତିର ରୂପାନ୍ତରିତ କରୋନା ଭୂତାଣୁକୁ ଅକ୍ଷମ କରିବାରେ ସଫଳ ବୋଲି ଆମେରିକା ହ୍ୱାଇଟହାଉସର ମୁଖ୍ୟ ଭେଷଜ ପରାମର୍ଶଦାତା ଡା. ଆନ୍ଥୋନି ଫୌସି କହିଛନ୍ତି । ସୁତରାଂ ଭାରତରେ ଦେଖାଦେଇଥିବା କୋଭିଡ ସଂକଟଜନିତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଏହି ମହାମାରୀ ବିରୋଧରେ ଟିକାକରଣ ହିଁ ଅମୋଘ ଅସ୍ତ୍ର ହୋଇପାରିବ ବୋଲି ସେ କହିଛନ୍ତି । ଭାରତର ଜାତୀୟ ଭୂତାଣୁ ବିଜ୍ଞାନ ପ୍ରତିଷ୍ଟାନ(ଏନଆଇଭି) ଏବଂ ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମଆର) ମିଳିତ ଭାଗୀଦାରିରେ ବିକଶିତ ଏହି ଟିକାର ନୈଦାନିକ ପରୀକ୍ଷଣ ଜାରି ରହିଥିବା ସତ୍ତ୍ୱେ ଗତ ଜାନୁଆରି ୩ ତାରଖରେ ସରକାର ଏହାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ । ତେବେ ନୈଦାନିକ ପରୀକ୍ଷଣ ଫଳାଫଳରୁ ତାହାର ଫଳପ୍ରଦତା ୭୮ ପ୍ରତିଶତ ରହିଥିବା ଜଣାପଡ଼ିଥିଲା । ଅପରପକ୍ଷେ, ବିଶେଷ କରି ମହାରାଷ୍ଟ୍ର ଓ ଦିଲ୍ଲୀରେ ମିଳିଥିବା ଉକ୍ତ ଭାରତୀୟ ପ୍ରଜାତି କରୋନାଭୂତାଣୁ ବି.୧.୬୧୭ ଯୋଗୁଁ ଦେଶରେ ସଂକ୍ରମଣ ବ୍ୟାପକତା ଭୀଷଣ ଭାବେ ବଢ଼ିଯାଇଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ କୁହାଯାଇଛି ।