ସ୍ବାମୀ ସାର ପକାଇବାକୁ ଯାଇଥିଲେ, ଜଳିଗଲେ ମା ଓ ଶିଶୁପତ୍ର

ସ୍ବାମୀ ସାର ପକାଇବାକୁ ଯାଇଥିଲେ, ଜଳିଗଲେ ମା ଓ ଶିଶୁପତ୍ର

ସ୍ବାମୀ ସାର ପକାଇବାକୁ ଯାଇଥିଲେ, ଜଳିଗଲେ ମା ଓ ଶିଶୁପତ୍ର

ଗାରୋଇ : ସ୍ୱାମୀ ବିଲକୁ ସାର ପକାଇବାକୁ ଯାଇଥିଲେ। ଏପଟେ ଘରେ ନିଜ ସହିତ ଶିଶୁପତ୍ରକୁ ଧରି ନିଆାଁରେ ଜଳିଯାଇଥିଲେ ପତ୍ନୀ।  ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକ ତିରୁଣା ପଞ୍ଚାୟତର  ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ସାନ ବୋହୂ ଲିପି(୨୩) ଦେଢ଼ ବର୍ଷର ଶିଶୁପୁତ୍ରକୁ କୋଳରେ ଧରି କିରାସିନି ଢାଳି ଦେହରେ ନିଆଁ ଲଗାଇ ଦେଇଥିଲେ । ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ଶିଶୁଭବନକୁ ସ୍ଥାନାନ୍ତର କଲାବାଟରେ ହିଁ ଉଭୟ ଆଖି ବୁଜି ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚି ନାଉଗାଁ ପୁଲିସ ମା ପୁଅଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଏକ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ନାଉଗାଁ ଥାନା ସବଇନ୍ସପେକ୍ଟର ଦୀପ୍ତିମୟୀ ରାଉତ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ଆରମ୍ଭ କରିଥିବା ସଂପର୍କରେ ନାଉଗାଁ ଥାନା ଅଧିକାରୀ ଅଭୟ ବେହୁରା ସୂଚନା ଦେଇଛନ୍ତି । ପ୍ରାୟ ୩ ବର୍ଷ ହେଲା ତପନ-ଲିପି ଭଲ ପାଇ ବିବାହ କରିଥିଲେ । ତପନ ସ୍ୱଳ୍ପ ଦରମାରେ ବେଙ୍ଗାଲୁରୁରେ ଚାକିରି କରୁଥିଲେ । କୋଭିଡରେ ସେ ଗାଁକୁ ଫେରିଥିଲେ । ଏବେ ପୁଣି ସେ ବେଙ୍ଗାଲୁରୁ ଯିବାକୁ ବାହାରିଥିବା ବେଳେ ସ୍ୱାମୀଙ୍କ ସହ ଯିବାକୁ ଲିପି ଜିଦ ଧରି ଥିଲେ । ସେମାନଙ୍କ ମଧ୍ୟରେ ସାମାନ୍ୟ ଝଗଡ଼ା ହୋଇଥିଲା ବୋଲି ପଡେ଼ାଶୀଙ୍କ ଠାରୁ ସୂଚନା ମିଳିଛି । ଆଜି ଘଟଣା ସମୟରେ ଘରେ ବଡ଼ ଭାଇ ମନୋଜ ଓ ତାଙ୍କ ପନôୀ ଆନି ମଧ୍ୟ ନଥିଲେ । ସ୍ୱାମୀ ବିଲକୁ ସାର ପକାଇବାକୁ ଯାଇଥିବା ସୁଯୋଗ ନେଇ ଲିପି ଘର ଭିତରେ କବାଟ ଦେଇ ଦେହରେ ନିଆଁ ଲଗାଇ ଦେଇଥିଲେ । କିନ୍ତୁ ଘରର ଝରକାଟି ଖୋଲାଥିଲା । ଉଭୟ ହୁତହୁତ ହୋଇ ଜଳୁଥିବା ବେଳେ ମା’ ପୁଅଙ୍କ ଚିକ୍ରାର ବାହାରକୁ ଶୁଭିବାରୁ ଲୋକେ ରୁଣ୍ଡ ହୋଇ ଯାଇଥିଲେ । ଘର କବାଟ ତାଡ଼ି ଉଭୟଙ୍କୁ ଗ୍ରାମବାସୀ ଉଦ୍ଧାର କରିଥିଲେ । ଘର ଭିତରେ ଟଭି, ଫ୍ୟାନ ଆସବାବପତ୍ର ଜଳି ଯାଇଥିଲା ।