ସ୍ପେଶିଆଲ ଡ୍ରାଇଭ ଆରମ୍ଭ : ନିୟମ ଭାଙ୍ଗି ୨୫ ଲକ୍ଷ ତଣ୍ଡ ଗଣିଲେ

ସ୍ପେଶିଆଲ ଡ୍ରାଇଭ ଆରମ୍ଭ : ନିୟମ ଭାଙ୍ଗି ୨୫ ଲକ୍ଷ ତଣ୍ଡ ଗଣିଲେ

ସ୍ପେଶିଆଲ ଡ୍ରାଇଭ ଆରମ୍ଭ : ନିୟମ ଭାଙ୍ଗି ୨୫ ଲକ୍ଷ ତଣ୍ଡ ଗଣିଲେ
ଭୁବନେଶ୍ୱର : କରୋନା ଲହର ଏବେ ସମସ୍ତଙ୍କ ନିଦ ହଜାଇ ଦେଇଛି । ଲୋକମାନେ କରୋନା ଗାଇଡ଼ଲାଇନ ପାଳନ କରୁନଥିବାରୁ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି । ତେଣୁ କରୋନା କଟକଣାକୁ କଡ଼ାକଡ଼ି ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଧଶ ଦେଇଥିବାବେଳେ ପୁଲିସ ପକ୍ଷରୁ ସ୍ପେଶିଆଲ ଡ୍ରାଇଭ ଆରମ୍ଭ ହୋଇଯାଇଛି । ଓଡ଼ିଶା ପୁଲିସ ପକ୍ଷରୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବାକୁ ନିବେଦନ କରାଯିବା ସହ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି । ପୁଲିସ ପକ୍ଷରୁ ଟ୍ୱିଟ ଯୋଗେ ଦିଆଯାଇଥିବା ସୂଚନା ଅନୁଯାୟୀ, ଗତ ୬ ତାରିଖ ସକାଳରୁ ୭ ତାରିଖ ସକାଳ ମଧ୍ୟରେ କରୋନା ଗାଇଡ଼ଲାଇନ ଉଲ୍ଳଂଘନ ନେଇ ଗୋଟିଏ ମାମଲା ରୁଜୁ କରାଯାଇଛି । ସେହିପରି ୨୭ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୮୭୦ ଗାଡ଼ି ସିଜ କରାଯାଇଛି । ଅପରପକ୍ଷରେ କୋଭିଡ଼ ୧୯ ଗାଇଡ଼ଲାଇନ ଉଲ୍ଲଂଘନକାରୀଙ୍କ ଠାରୁ ୨୪ ଲକ୍ଷ ୯୧ ହଜାର ୩୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି ।