ପିପିଲିରେ ପ୍ରଚାର କରିବେ ଧର୍ମେନ୍ଦ୍ର

ପିପିଲିରେ ପ୍ରଚାର କରିବେ ଧର୍ମେନ୍ଦ୍ର

ପିପିଲିରେ ପ୍ରଚାର କରିବେ ଧର୍ମେନ୍ଦ୍ର
ଭୁବନେଶ୍ୱର: ପିପିଲି ନିର୍ବାଚନ ପାଣିପାଗ ବେଶ୍ ସରଗରମ ଅଛି । ଅପ୍ରେଲ ୧୭ ତାରିଖରେ ପିପିଲିରେ ମତଦାନ । ରାଜ୍ୟର ତିନି ଦଳ ପକ୍ଷରୁ ନିର୍ବାଚନ ପ୍ରକାର କାର୍ଯ୍ୟ ଜୋରସର ଚାଲିଛି । ଏବେ ପିପିଲି-ଡେଙ୍ଗଲା ପ୍ରଚାରରେ ଉଠୁଛି ପଡୁଛି । ଏହା ଭିତରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପିପିଲିରେ ପ୍ରଚାର କରିବେ ବୋଲି ସୂଚନା ମିଳିଛି । ଆସନ୍ତା ୧୩ ତାରିଖରେ ପିପିଲିରେ ନିର୍ବାଚନ ପ୍ରଚାର କରିବେ ଧର୍ମେନ୍ଦ୍ର ପ୍ରଧାନ । ଧମେନ୍ଦ୍ର ପିପିଲିରେ ରାଜଲି ସହ ସାଧାରଣସଭାରେ ଯୋଗଦେବେ । ବିଜେପିର ଆଉ କିଛି କେନ୍ଦ୍ରୀୟ ନେତା ମଧ୍ୟ ପ୍ରଚାରରେ ସାମିଲ ହୋଇ ପାରନ୍ତି । ଏନେଇ ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।