ସ୍ଥଗିତ ରହିଲା ଶ୍ରଦ୍ଧାଙ୍କ ଅପକମିଙ୍ଗ ଫିଲ୍ମ ନାଗିନ୍ର ସୁଟିଂ
ସ୍ଥଗିତ ରହିଲା ଶ୍ରଦ୍ଧାଙ୍କ ଅପକମିଙ୍ଗ ଫିଲ୍ମ ନାଗିନ୍ର ସୁଟିଂ
ଶ୍ରଦ୍ଧା କପୁରଙ୍କ ଫ୍ୟାନଙ୍କ ପାଇଁ ଖବରଟି ନୈରାଶ୍ୟଜନକ । ୨୦୨୦ ମସିହାରେ ଅଭିନେତା ବରୁଣ ଧୱନଙ୍କ ସହିତ ‘ଷ୍ଟ୍ରିଟ୍ ଡ୍ୟାନ୍ସର୍ ୩ଡି’ ଏବଂ ‘ବାଗି-୩’ରେ ଶେଷ ଥର ସିଲଭର ସ୍କ୍ରିନରେ ନଜର ଆସିଥିଲେ ଶ୍ରଦ୍ଧା । ସଦ୍ୟ ଖବରରୁ ଜଣାପଡ଼ିଛି, ସିନେ ପରଦାରେ ଶ୍ରଦ୍ଧାଙ୍କୁ ଦେଖିବା ପାଇଁ ଫ୍ୟାନଙ୍କୁ ଆହୁରି ଅପେକ୍ଷା କରିବାକୁ ପଡ଼ିବ । କାରଣ ତାଙ୍କ ଅପକମିଙ୍ଗ ଫିଲ୍ମ ‘ନାଗିନ’ର ସୁଟିଂକୁ ସ୍ଥଗିତ ରଖାଯାଇଛି । ବିଶାଲ ଫୁରିୟାଙ୍କର ଏହି ଫିଲ୍ମରେ ଶ୍ରଦ୍ଧା ଜଣେ ନାଗିନ ଭୂମିକା ନିର୍ବାହ କରିଛନ୍ତି । ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରି ଓ ଟେଲିଭିଜନରେ ଖୁବ କମ ସଫଳ ନାଗିନ ପ୍ରୋଜେକ୍ଟ ଅଛି । ସେଥିପାଇଁ ଶ୍ରଦ୍ଧାଙ୍କ ଭିଏଫଏକ୍ସ ପ୍ରୋଜେକ୍ଟ ‘ନାଗିନ’କୁ ନେଇ ଫ୍ୟାନ୍ ଖୁବ୍ ଉତ୍ସାହିତ ଥିଲେ । ଆସନ୍ତା ଖରାଦିନେ ଏହାର ସୁଟିଂ ଯୋଜନା ଥିଲା । ଏବେ କିନ୍ତୁ ସୁଟିଂ ସ୍ଥଗିତ ରଖାଯାଇଛି ।
ଚଳିତ ବର୍ଷ ଆରମ୍ଭରେ ନିର୍ଦ୍ଦେଶକ ବିଶାଲ ଫୁରିୟା ଓ ଶ୍ରଦ୍ଧା ଫିଲ୍ମ ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ରିପୋର୍ଟ ଅନୁସାରେ, ବର୍ତ୍ତମାନ ସିନେ ବଜାର ମାନ୍ଦା ଚାଲିଥିବାରୁ ଏହାର ନିର୍ମାତା ପ୍ରୋଜେକ୍ଟ କାମ ସ୍ଥଗିତ ରଖିବାକୁ ଚାହୁଁଛନ୍ତି । ଆସନ୍ତା ମେ’ ମାସରେ ଫିଲ୍ମର ସୁଟିଂ ତାରିଖ ସ୍ଥିର ହୋଇଥିଲା । କିନ୍ତୁ ନିର୍ମାତା ବଜେଟ ଅଭାବ ଯୋଗୁ ଟିକିଏ ଅଟକାଇବାକୁ ନିଷ୍ପତ୍ତି ନେଇଛନ୍ତି । ରଣବୀର କପୁରଙ୍କ ସହ ଶ୍ରଦ୍ଧାଙ୍କର ଏକ ଫିଲ୍ମ ମୁକ୍ତିଲାଭ କରିବା ପରେ ‘ନାଗିନ’ର ସୁଟିଂ ଆରମ୍ଭ ହେବ । ସୁଟିଂ ସ୍ଥଗିତ ରଖିବା ପଛରେ ଆଉ ଏକ ବଡ଼ କାରଣ ରହିଥିବା ଚର୍ଚ୍ଚା ହେଉଛି । ନିକଟରେ ମୁକ୍ତିପ୍ରାପ୍ତ ଆଉ ଏକ ଭିଏଫଏକ୍ସ ଫିଲ୍ମ ‘ଆଦିପୁରୁଷ’କୁ ଖୁବ୍ ନକାରାତ୍ମକ ପ୍ରତିକ୍ରିୟା ମିଳୁଛି ।




admin 