ସୋନିଆ, ରାହୁଲଙ୍କୁ ଇଡି ସମନ

ସୋନିଆ, ରାହୁଲଙ୍କୁ ଇଡି ସମନ

ସୋନିଆ, ରାହୁଲଙ୍କୁ ଇଡି ସମନ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ଦଳର ପ୍ରମୁଖ ନେତା ରାହୁଲ ଗାନ୍ଧିଙ୍କୁ ସମନ କରିଛି ଇଡି । ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଉଭୟ ନେତାଙ୍କୁ ଇଡି ନୋଟିସ କରିବା ସହ ହାଜର ହେବାକୁ କୁହାଯାଇଛି । ସମ୍ଭବତଃ ଆସନ୍ତା ୮ ତାରିଖରେ ସୋନିଆ ଇଡି ଦପ୍ତରରେ ହାଜର ହୋଇ ନିଜ ପକ୍ଷ ରଖିବେ । ଏ ନେଇ ଇଡି ସୋନିଆଙ୍କୁ ପଚରାଉଚରା କରିପାରେ । 

  ଏ ସମ୍ପର୍କରେ ଆଜି ଖୋଦ କଂଗ୍ରେସ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ଦଳର ବରିଷ୍ଠ ନେତା ଅଭିଷେକ ମନୁ ସିଂଘଭି ଓ ମିଡିଆ ସେଲ୍ ମୁଖ୍ୟ ରଣଦୀପ ସୂର୍ଯେ୍ୟୱାଲା ପ୍ରେସ ମିଟ୍ କରି ସୂଚନା ଦେଇଛନ୍ତି । କଂଗ୍ରେସ ପକ୍ଷରୁ କୁହାଯାଇଛି, ପ୍ରତିଶୋଧ ପରାୟଣ ହୋଇ କେନ୍ଦ୍ର ସରକାର କଂଗ୍ରେସ ନେତାଙ୍କୁ ଇଡି ମାଧ୍ୟମରେ ଡରାଇବାକୁ ଚେଷ୍ଟା କରୁଛି । ଯେଉଁ ମାମଲାକୁ ୨୦୧୫ରେ ଇଡି ବନ୍ଦ କରି ଦେଇଥିଲା, ସେଇ ମାମଲାକୁ ପୁଣି ଥରେ ଜବରଦସ୍ତ ଖୋଲି କଂଗ୍ରେସ ନେତାଙ୍କୁ ଟାର୍ଗେଟ କରାଯାଉଛି । ମୋଦି ସରକାର ଗୁଜରାଟରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଏଭଳି ଡରାଇବା ରାଜନୀତି କରୁଛି । ହେଲେ କଂଗ୍ରେସ ଡରିବନି । କୌଣସି ଦୁର୍ନୀତି ହୋଇନାହିଁ । ମନି ଲଣ୍ଡରିଂର ପ୍ରଶ୍ନ ଉଠୁନାହିଁ । ହେଲେ ଯେମିତି କେମିତି ସୋନିଆ ଓ ରାହୁଲଙ୍କୁ ଫସାଇବାକୁ ଉଦ୍ୟମ କରାଯାଉଛି । ହେଲେ ଏଥିରେ କିଛି ସତ୍ୟତା ନାହିଁ । କଂଗ୍ରେସ ଏହାକୁ ଲଢ଼ିବ । ସୋନିଆ ଗାନ୍ଧି ୮ ତାରିଖରେ ଇଡି ଦପ୍ତରରେ ହଜାର ହେବେ । ରାହୁଲଙ୍କ ଯଦି ସେ ସମୟରେ ଥିବେ, ତେବେ ସେ ମଧ୍ୟ ଇଡିରେ ହାଜର ହେବେ ।