ସୁରକ୍ଷା ବଳଙ୍କ ବସକୁ ଆତଙ୍କବାଦୀ ଆକ୍ରମଣ, ୨ ସହିଦ ଓ ୧୨ଆହତ

ସୁରକ୍ଷା ବଳଙ୍କ ବସକୁ ଆତଙ୍କବାଦୀ ଆକ୍ରମଣ, ୨ ସହିଦ ଓ ୧୨ଆହତ

ସୁରକ୍ଷା ବଳଙ୍କ ବସକୁ ଆତଙ୍କବାଦୀ ଆକ୍ରମଣ, ୨ ସହିଦ ଓ ୧୨ଆହତ

ଜାମ୍ମୁୁ, କାଶ୍ମୀର: ଜାମ୍ମୁ କାଶ୍ମୀରର ଶ୍ରୀନଗର ସ୍ଥିତ ପନ୍ଥଚୌକ ଅଞ୍ଚଳରେ ସୁରକ୍ଷାବଳ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଆହତମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜାମ୍ମୁ କାଶ୍ମୀରର ୯ମ ବାଟାଲିୟନ ସଶସ୍ତ୍ର ପୋଲିସ ବସ ଉପରେ ଏହି ଆକ୍ରମଣ ହୋଇଛି ।
ଯବାନ ଯାଉଥିବା ବସ ଉପରେ ଆକ୍ରମଣ ହୋଇଛି  ।

ଏହି ଆକ୍ରମଣରେ ଦୁଇ ଜଣ ଯବାନ ସହିଦ ହୋଇଥିଲା ବେଲେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଆକ୍ରମଣ କରିଥିବା ଆତଙ୍କବାଦୀଙ୍କ ସନ୍ଧାନରେ ଏହି ଅଞ୍ଚଳକୁ କର୍ଡନ କରି ଏହି ଅପରେସନ ଚାଲିଛି। ପୋଲିସ କହିଛି ଯେ ଶ୍ରୀନଗରର ପନ୍ତା ଛକ ଅଞ୍ଚଳରେ ଜୁଆନ ନିକଟରେ ଆତଙ୍କବାଦୀମାନେ ପୋଲିସ ଗାଡିରେ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ୧୨ ଜଣ ଯବାନ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ଡାକ୍ତରଖାନା ନିଆଯାଇଥିଲା।