ସୁବାସ ସିଂ ହେଲେ କଟକ ମେୟର
ସୁବାସ ସିଂ ହେଲେ କଟକ ମେୟର
ଭୁବନେଶ୍ୱର : କଟକ ମେୟର ଭାବେ ନିର୍ବାଚିତ ହୋଇଛନ୍ତି ରାଜ୍ୟସଭା ସାଂସଦ ସୁବାସ ସିଂ । କଂଗ୍ରେସ ପ୍ରାର୍ଥିନୀ ଗିରିବାଳା ବେହେରା ତାଙ୍କୁ କଡ଼ା ଟକ୍କର ଦେଇଥିଲେବି ସୁବାସ ସିଂ ବାଜିମାତ କରିଛନ୍ତି । ଅପରପକ୍ଷରେ ବିଜେପି ପ୍ରାର୍ଥୀ ଶ୍ରୀତମ ଦାସଙ୍କୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।
କଟକରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା । ତେଣୁ ବିଜେଡ଼ି ବହୁ ବିଚାର ବିମର୍ଷ କରିବା ପରେ ସୁବାସ ସିଂଙ୍କୁ ପ୍ରାର୍ଥୀ କରିଥିଲା । ଅନ୍ୟ କାହାକୁ ପ୍ରାର୍ଥୀ କଲେ ଭୋଟ ବିଭାଜନ ସହ ଗୋଷ୍ଠୀ କନ୍ଦଳର ଆଶଙ୍କା ରହିଥିଲା । ସୁବାସ ସିଂ ଜଣେ ବିଶିଷ୍ଟ ଶ୍ରମିକ ନେତା ଭାବେ ପରିଚିତ । କଟକ ସହ ତାଙ୍କର ଦୀର୍ଘଦିନର ସମ୍ପର୍କ ରହିଆସିଛି । କଟକ ରାଜନୀତି ସହ ସେ ଓତଃପ୍ରୋତ ଭାବେ ଜଡ଼ିତ । ତେଣୁ ଦଳ ତାଙ୍କୁ ପ୍ରାର୍ଥୀ କରିଥିଲା । ମେୟର ଭାବେ ନିର୍ବାଚିତ ହେବା ପରେ ସେ ଖୁବଶୀଘ୍ର ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବେ ।
ସୁବାସ ସିଂ ବାଜିମାତ କରିବା ପରେ କଟକ ରାଜନୀତି ଭିନ୍ନ ମୋଡ଼ ନେବବୋଲି ଆଶା କରାଯାଉଛି । ପୂର୍ବରୁ କଟକ ରାଜନୀତିରେ ଦେବାଶିଷ ସାମନ୍ତରାୟ ଓ ପ୍ରଭାତ ବିଶ୍ୱାଳଙ୍କ ଦବଦବା ରହିଥିବାବେଳେ ଏବେ ସୁବାସ ସିଂ ପ୍ରଭାବଶାଳୀ ନେତା ଭାବେ ଉଭା ହୋଇଛନ୍ତି ।




admin 