ସୁନା ଦୋକାନୀ ଲୋକଙ୍କୁ ଠକୁଛନ୍ତି : ମନ୍ତ୍ରୀ

ସୁନା ଦୋକାନୀ ଲୋକଙ୍କୁ ଠକୁଛନ୍ତି : ମନ୍ତ୍ରୀ

ସୁନା ଦୋକାନୀ ଲୋକଙ୍କୁ ଠକୁଛନ୍ତି : ମନ୍ତ୍ରୀ
ଭୁବନେଶ୍ବର: ଆଜି ବିଧାନସଭା ଶୀତ ଅଧିବେଶନର ୭ମ ଦିନରେ ବିଧାନସଭା ପ୍ରଶ୍ନୋତ୍ତର କାଳ ସ୍ବାଭାବିକ ଚାଲିଛି। ବିଧାନସଭାରେ ଉଠିଲା ସୁନା ଦୋକାନୀ ଠକେଇ ପ୍ରସଙ୍ଗ। କଟକ ଓ ବାଲେଶ୍ବର ସର୍ବାଧିକ ସୁନା ଦୋକାନୀ ଲୋକଙ୍କୁ ଠକୁଛନ୍ତି। ଏହାସହ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ବି ଗ୍ରାହକମାନଙ୍କୁ ଲୁଟୁଛନ୍ତି ଦୋକାନୀ। ଗୃହରେ ଏଭଳି ଉତ୍ତର ରଖିଛନ୍ତି ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ୨୦୧୮-୧୯ମସିହାରେ ୩୧ଟି ଓ ଚଳିତ ବର୍ଷ ୧୧ଟି ସୁନା ଦୋକାନ ଉପରେ ଚଢାଉ ହୋଇଛି। ସୁନା ଦୋକାନୀ କରୁଛନ୍ତି ହେରଫେର। ଭୁବନେଶ୍ବର ଓ ବ୍ରହ୍ମପୁରରେ ସୁନା ଦୋକାନଗୁଡିକରେ କାହିଁ ଚଢାଉ ହୋଇନାହିଁ ବୋଲି ବାଚସ୍ପତି ପ୍ରଶ୍ନ ଉଠାଇଛନ୍ତି। ସଂପୃକ୍ତ ଦୁଇ ଇନ୍ସପେକ୍ଟରଙ୍କୁ କାରଣ ଦର୍ଶାଅ ନୋଟିସ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି। କେଉଁ ସୁନା ଦୋକାନୀ କେତେ ଠକିଛନ୍ତି ତାହାର ତାଲିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ତାଲିକାରେ ବାଲେଶ୍ବରରେ ୬ଟି, ଖୋର୍ଦ୍ଧାରେ ୪ଟି, କଟକରେ ୭ଟି ଦୋକାନ ରହିଛି।