ସୁନାଚେନ ଲୁଟ ଉଦ୍ୟମ : ଛେଚା ଖାଇଲେ ଦୁଇ ଯୁବକ

ସୁନାଚେନ ଲୁଟ ଉଦ୍ୟମ : ଛେଚା ଖାଇଲେ ଦୁଇ ଯୁବକ

ସୁନାଚେନ ଲୁଟ ଉଦ୍ୟମ : ଛେଚା ଖାଇଲେ ଦୁଇ ଯୁବକ
ଧଉଳି: ଜଣେ ମହିଳାଙ୍କ ସୁନାଚେନ ଲୁଟ ଉଦ୍ୟମ କରି ଦୁଇ ଜଣ ଦୁର୍ବୃତ୍ତ ନିର୍ଧୁମ ଛେଚା ଖାଇଛନ୍ତି । ରାତି ପ୍ରାୟ ସାଢେ଼ ୧୦ଟାରେ ଧଉଳି ଥାନା ଅଧୀନ ଇନ୍ଦିରା କଲୋନି ଅଞ୍ଚଳରେ ଏହି ଘଟଣା ଘଟିଛି । ଧଉଳି ଥାନା ପୁଲିସ ଲୁଟେରାଦ୍ୱୟଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଛି । ଏ ନେଇ ଜଣେ ମହିଳା ଧଉଳି ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ ରାତି ପ୍ରାୟ ୧୦ଟା ବେଳେ ଝିଅ ସହ ମହିଳା ଜଣଙ୍କ ଘରଠାରୁ କିଛି ଦୂର ଇନ୍ଦିରା କଲୋନି ଛକକୁ କିଛି ଜିନିଷ କିଣିବାକୁ ଯାଇଥିଲେ । ସେଠାରୁ ଘରକୁ ଫେରୁଥିବା ବେଳେ ପଛରୁ ଏକ ଗାଡ଼ିରେ ଦୁଇ ଜଣ ଯୁବକ ପିଛା କରି ତାଙ୍କ ବେକରୁ ସୁନାଚେନ ଝାମ୍ପିବାକୁ ଚେଷ୍ଟା କରିଥିଲେ । କିନ୍ତୁ ମହିଳା ଜଣଙ୍କ ଜଣେ ଯୁବକଙ୍କ ହାତକୁ ଜୋରରେ ଧରି ପକାଇବାରୁ ଲୁଟେରାଦ୍ୱୟ ବାଇକରୁ ଛିଟିକି ପଡ଼ି ଆହତ ହୋଇଥିଲେ । ଏହା ପରେ ସ୍ଥାନୀୟ ଲୋକେ ଘେରିଯାଇ ନିର୍ଧୁମ ଛେଚିଥିଲେ ।