ସିନ୍ଧୁଙ୍କ ବାୟୋପିକ୍ରେ ଦୀପିକା !

ସିନ୍ଧୁଙ୍କ ବାୟୋପିକ୍ରେ ଦୀପିକା !

ସିନ୍ଧୁଙ୍କ ବାୟୋପିକ୍ରେ ଦୀପିକା !
ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପୟନସିପରେ ସ୍ୱର୍ଣ୍ଣ ପଦକ ଜିଣି ଦେଶ ପାଇଁ ଗୌରବ ଆଣିଥିବା ପିଭି ସିନ୍ଧୁଙ୍କ ଜୀବନୀ ଆଧାରରେ ସୋନୁ ସୁଦ ଫିଲ୍ମ ନିର୍ମାଣ କରୁଛନ୍ତି । ଶୁଣାଯାଉଛି ସିନ୍ଧିଙ୍କ ପ୍ରଶିକ୍ଷକ ପୁଲେଲା ଗୋପୀଚାନ୍ଦଙ୍କ ଭୂମିକାରେ ଅକ୍ଷୟ କୁମାର ଅଭିନୟ କରିପାରନ୍ତି । ସିନ୍ଧୁଙ୍କ ଚରିତ୍ରରେ କିଏ ଅଭିୟନ କରିବେ ଜଣାପଡ଼ିନାହିଁ । ଏ ବାବଦରେ ସିନ୍ଧୁଙ୍କ ମତ ହେଲା, ଦୀପିକା ପାଦୁକୋଣ ହିଁ ତାଙ୍କ ପସନ୍ଦର ଅଭିନେତ୍ରୀ । ଯିଏ ପରଦାରେ ତାଙ୍କ ଭୂମିକାକୁ ଠିକ୍ ନ୍ୟାୟ ଦେଇପାରିବେ । ତେବେ, ଶେଷ ନିଷ୍ପତ୍ତି ଫିଲ୍ମ ନିର୍ମାତାଙ୍କ ଉପରେ ନିର୍ଭର କରେ ବୋଲି ସିନ୍ଧୁ କହିଛନ୍ତି । ସିନ୍ଧୁଙ୍କ ଭୂମିକାରେ କିଏ ଆସୁଛନ୍ତି, ଘୋଷଣାକୁ କେବଳ ଦର୍ଶକଙ୍କ ଅପେକ୍ଷା ।