ସିଦ୍ଧୁଙ୍କୁ ମନାଇଲେ ଚନ୍ନି
ସିଦ୍ଧୁଙ୍କୁ ମନାଇଲେ ଚନ୍ନି
ଚଣ୍ଡୀଗଡ଼: ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦ ହରାଇବାରେ ଆଜି କଂଗ୍ରେସକୁ ବାଏ ବାଏ କହିଦେଇଛନ୍ତି । ଅନ୍ୟପକ୍ଷେ ଅସନ୍ତୁଷ୍ଟ ହୋଇ ପିସିସି ସଭାପତି ପଦବୀରୁ ଇସ୍ତଫା ଦେଇଥିବା ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ମନାଇବାରେ ସାମୟିକ ଭାବେ ସଫଳ ହୋଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି । ଗତକାଲି ଅପରାହ୍ନରେ ଚନ୍ନି ଓ ସିଦ୍ଧୁଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ପରେ ଆପୋଷ ବୁଝାମଣା ହୋଇଛି । ସିଦ୍ଧୁଙ୍କ କେତେକ ଦାବିକୁ ମାନିବାକୁ ଚନ୍ନି ହଁ ଭରିଛନ୍ତି । ଏମିତି ଯୋଜନା ହୋଇଛି, ଯେମିତି ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ରହିବ ଓ ସିଦ୍ଧୁ ମଧ୍ୟ ଖୁସି ରହିବେ । ଏ ନେଇ ବାଟ ପ୍ରସ୍ତୁତ କରାଯିବ । ଏହାକୁ କଂଗ୍ରେସ ହାଇକମାଣ୍ଡକୁ କେତେକାଂଶରେ ଆଶ୍ୱସ୍ତ କରିଛି ।
ତେବେ ଉଭୟ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ପଞ୍ଜାବରେ ଚାଲିଥିବା ରାଜନୀତି ଉପରେ ନଜର ରଖିବା ସହ ସିଦ୍ଧୁଙ୍କ ଇସ୍ତଫାକୁ ନେଇ ପ୍ରବଳ ଖପ୍ପା ହୋଇଛନ୍ତି । ବର୍ତ୍ତମାନ କ୍ୟାପଟେନ ଅମରିନ୍ଦର ସିଂ ଦଳ ଛାଡ଼ି ବିଜେପି ସହ ସୁସମ୍ପର୍କ ରଖୁଥିବାବେଳେ କଂଗ୍ରେସ ନିଜ ସରକାରକୁ ନେଇ ଚିନ୍ତିତ ରହିଛି । କାଳେ ଅମରିନ୍ଦର ସରକାର ଭାଙ୍ଗିବାକୁ ଚେଷ୍ଟା କରିବେ, ସେଥିପାଇଁ ସମସ୍ତ ବିଧାୟକଙ୍କୁ ଏକାଠି ରଖିବାକୁ ଦଳ ଏବେ ଜୋର ଦେଉଛି । ଏହାର ସବୁ ଦାୟିତ୍ୱ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ଉପରେ ଛାଡ଼ି ଦେଇଛି ।
ପଞ୍ଜାବ ପ୍ରସଙ୍ଗରେ ଦଳର ବରିଷ୍ଠ ନେତାମାନେ ହାଇକମାଣ୍ଡଙ୍କ ଉପରକୁ ଆଙ୍ଗୁଠି ଉଠାଇଥିବାବେଳେ ସିଦ୍ଧୁଙ୍କ ଉପରେ ବର୍ଷିଛନ୍ତି । ତେବେ ହାଇକମାଣ୍ଡ ମଧ୍ୟ ଆଗ ଭଳି ଆଉ ସିଦ୍ଧୁଙ୍କ ଉପରେ ଭରସା କରିପାରୁନାହାନ୍ତି । ଯଦି ସିଦ୍ଧୁ ଦଳକୁ ବ୍ଲାକମେଲ୍ କରି ନିଜ ଦାବି ମନାଇବାକୁ ଚାହିଁବେ, ତେବେ କଂଗ୍ରେସ ସିଦ୍ଧୁଙ୍କୁ କୋଣଠେସା କିମ୍ବା ହଟାଇ ଦିଆଯାଇପାରେ । ସିଦ୍ଧୁଙ୍କ ବିକଳ୍ପ ଖୋଜା ବି ଆରମ୍ଭ ହୋ




admin 