କଂଗ୍ରେସ ଛାଡ଼ିବେ କ୍ୟାପଟେନ
କଂଗ୍ରେସ ଛାଡ଼ିବେ କ୍ୟାପଟେନ
ନୂଆଦିଲ୍ଲୀ: ଖୁବଶୀଘ୍ର କଂଗ୍ରେସକୁ ବାଏ ବାଏ କରିବେ କ୍ୟାପଟେନ ଅମରିନ୍ଦର ସିଂ । ଅମରିନ୍ଦରଙ୍କ ସୂତୟରୁ ଜଣାପଡ଼ିଛି, ସେ କଂଗ୍ରେସ ଯେ କୌଣସି ମୂହୂର୍ତ୍ତରେ କଂଗ୍ରେସରୁ ଇସ୍ତଫା ଦେବେ । ଏ ନେଇ ସେ ମାନସିକ ସ୍ତରରେ ପ୍ରସ୍ତୁତି ହୋଇ ସାରିଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତୟୀ ଅମିତ ଶାହ ଓ ଆଜି ଏନଏସଏ ଅଜିତ ଡୋଲାଙ୍କୁ ଭେଟି ଦୀର୍ଘ ଆଲୋଚନା କରିବା ପରେ ଏ ନେଇ ସବୁକିଛି ଚୂଡ଼ାନ୍ତ ହୋଇଥିବା କୁହାଯାଉଛି । ତେବେ ଅମରିନ୍ଦର ବିଜେପିକୁ ଯିବା ସମ୍ଭାବନା ମଧ୍ୟ କମ୍ । ସେ ବିଜେପି ଯିବେନି, ହେଲେ ବିଜେପି ସହଯୋଗରେ ପଞ୍ଜାବରେ କଂଗ୍ରେସ ଦଳକୁ ଭାଙ୍ଗି ନୂଆ ଦଳ ଗଢ଼ିବା ସମ୍ଭାବନା ଅଧିକ ବୋଲି ଅମରିନ୍ଦରଙ୍କ ସୂତ୍ରରୁ ଗଣମାଧ୍ୟମକୁ ଖବର ଆସିଛି । ଏ ନେଇ ଅମରିନ୍ଦର ଏଯାଏଁ ସ୍ପଷ୍ଟ କହିନଥିଲେ ମଧ୍ୟ ଏ ନେଇ ଶାହଙ୍କ ସହ ସେ ଗତକାଲି ବିସ୍ତୃତ ଆଲୋଚନା କରିଥିବା ଜଣାପଡ଼ିଛି ।
ହାଇକମାଣ୍ଡ ଚାପରେ ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ିବା ପରଠୁ ଅମରିନ୍ଦର ନୂଆ ବିକଳ୍ପ ସନ୍ଧାନ ଆରମ୍ଭ କରି ଦେଇଥିଲେ । ଅନ୍ୟପକ୍ଷରେ ଅମରିନ୍ଦର ଦୀର୍ଘଦିନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଯୋଗାଯୋଗରେ ଥିଲେ ବୋଲି କଂଗ୍ରେସର କେତେକ ନେତା କହୁଛନ୍ତି । ପୂର୍ବରୁ ସବୁ କିଛି ଚୂଡ଼ାନ୍ତ ଥିଲା, ଏବେ କେବଳ ତାଙ୍କୁ ବାସ୍ତବ ରୂପ ଦିଆଯାଉଛି । ଇତିମଧ୍ୟରେ କ୍ୟାପଟେନ ନିଜ ଟ୍ୱିଟର ହ୍ୟାଣ୍ଡେଲରୁ କଂଗ୍ରେସ ନେତା ଶବ୍ଦକୁ କାଟି ଦେଇଛନ୍ତି




admin 