ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରି ମୋବାଇଲ ଲୁଟିଲେ

ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରି ମୋବାଇଲ ଲୁଟିଲେ

ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରି ମୋବାଇଲ ଲୁଟିଲେ


ଭୁବନେଶ୍ୱର: ସକାଳୁ ସକାଳୁ ଲୁଟ୍ । ପୁଣି ଲୋକ ଯାତାୟତ କରୁଥିବା ରାସ୍ତାରେ ।  ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟେରା ତାଙ୍କ ମୋବାଇଲ ଲୁଟି ନେଇଛନ୍ତି । ତାଙ୍କ ମୁଣ୍ଡକୁ ଲୁହା ରଡରେ ପିଟି ଲଟେରା ଖସିଯାଇଛନ୍ତି । ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ଭୁବନେଶ୍ୱର ଡେଲଟା ଛକରେ ଆଜି ସକାଳ ୫ଟାବେଳେ ମର୍ଣ୍ଣିଂ ୱାକ୍ କରୁଥିବା ବରିଷ୍ଠ ସାମ୍ବାଦିକ ସତ୍ୟସୁନ୍ଦର ଭଞ୍ଜ ଏହି ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା ପୁଣି ଥରେ କମିଶନରେଟ ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି ।

  ବାରମ୍ବାର ବାରମ୍ବା ଲୁଟପାଟ ବଢ଼ିଚାଲିଛି କଟକ-ଭୁବନେଶ୍ୱର । ଜଣେ ଲୋକ ସକାଳ ୫ଟାବେଳେ ରାସ୍ତାରେ ଯଦି ନିରାପଦ ନୁହେଁ, ତେବେ ପୁଲିସ ସୁରକ୍ଷା ବ୍ୟବସ୍ଥା କେମିତି ବୋଲି ପ୍ରଶ୍ନ ଉଠିଛି । ଦୁଇ ଜଣ ଲୁଟେରା ଏଭଳି କାଣ୍ଡ ଘଟାଇବାକୁ କେମିତି ସାହାସ କଲେ, ତାହା ପୁଲିସର ସୁରକ୍ଷା ବ୍ୟବସ୍ଥା ଉପରେ ଆଙ୍ଗୁଠି ଉଠାଇଛି । ନିକଟରେ ଆଇଗିଣିଆ ପାଖରେ ସନ୍ଧ୍ୟାରେ ଜଣେ ସାମ୍ବାଦିକ ଗାଡ଼ି ଚଳାଇ ଅଫିସ ଆସୁଥିବାବେଳେ କଳା ପଲସରରେ ଦୁଇ ଜଣ ଲୁଟେରା ଆସି ତାଙ୍କ ପକେଟରୁ ମୋବାଇଲ ଛଡ଼ାଇ ନେଇଥିଲେ । ବାରମ୍ବାର ଏଭଳି ଘଟଣାକୁ ସାମ୍ବାଦିକମାନେ ନିନ୍ଦା କରିଛନ୍ତି । ଏହି ଘଟଣାରେ ସଂପୃକ୍ତ ଅପରାଧୀଙ୍କୁ ତୁରନ୍ତ ଗିରଫ କରିବାକୁ ସାମ୍ବାଦିକମାନେ ଦାବି କରିଛନ୍ତି ।