ପାର୍ବଣରେ ଆତସବାଜି ମନା

ପାର୍ବଣରେ ଆତସବାଜି ମନା

ପାର୍ବଣରେ ଆତସବାଜି ମନା

ଭୁବନେଶ୍ୱର: ପାର୍ବଣ ସମୟରେ ଓଡ଼ିଶା ସରକାର ବାଣ ବିକ୍ରୟ ଏବଂ ବ୍ୟବହାର ଉପରେ ବାରଣ କରିଛନ୍ତି । ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ତଥା ସଂକ୍ରମଣର ବିସ୍ତାରକୁ ରୋକିବା ଉଦ୍ଦେଶ୍ୟରେ ଏହି ଉତ୍ସବ ମାସରେ ବାଣ ବିକ୍ରୟ ତଥା ବ୍ୟବହାର ନିଷେଧ ରହିବ ବୋଲି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କୁହାଯାଇଛି। ରାଜ୍ୟ ସରକାର ଆହୁରି ମଧ୍ୟ ରାତ୍ରୀକାଳିନ କର୍ଫ୍ୟୁ ୧୦ ଟା ରୁ ୫ ଟା ମଧ୍ୟରେ ଏକ ମାସ ପାଇଁ ଅକ୍ଟୋବର ୧ ରୁ ନଭେମ୍ବର ୧ ପର୍ୟ୍ୟନ୍ତ ରାଜ୍ୟର ସମସ୍ତ ସହରାଞ୍ଚଳରେ ବୃଦ୍ଧି କରିଛନ୍ତି। ତେବେ ଭୁବନେଶ୍ୱର ଏବଂ କଟକ ରାତ୍ରିରେ କର୍ଫ୍ୟୁ ଅକ୍ଟୋବର ୧୧ ରୁ ଅକ୍ଟୋବର ୨୦ ପର୍ୟ୍ୟନ୍ତ ରାତି ୮ ଟାରୁ ୫ ଟା ପର୍ୟ୍ୟନ୍ତ ଲାଗୁ ହେବ। 

ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଧାର୍ମିକ ପର୍ବ ତଥା କାର୍ୟ୍ୟଗୁଡିକ ସୀମିତ ରିତିନିତିରେ ପାଳନ କରାଯିବ। ଜିଲ୍ଲା କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେବେ ଏବଂ ଧାର୍ମିକ ସ୍ଥାନ କିମ୍ବା ପୂଜାପାଠରେ ଭକ୍ତଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇ ପାରିବେ ବୋଲି ଆଦେଶରେ ଦର୍ଶାଯାଇଛି। ଏହାସହ କରୋନା ଗାଇଡଲାଇନକୁ କଡାକଡି ପାଳନ କରି ନିଜ ଅଧୀନରେ ଥିବା କୌଣସି ଧାର୍ମିକ ପର୍ବ/ରୀତିନୀତି/ପୂଜାରେ ଯୋଗଦେବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇପାରନ୍ତି।