ସିଙ୍ଗଡାର ରଙ୍ଗ ଗୋଲାପତ, ନୀଳ

ସିଙ୍ଗଡାର ରଙ୍ଗ ଗୋଲାପତ, ନୀଳ

ସିଙ୍ଗଡାର ରଙ୍ଗ ଗୋଲାପତ, ନୀଳ

ଏବେ ଖାଦ୍ୟପାନୀୟ ନୂଆ ରୂପ ନେଇ ବିକ୍ରି ହେଉଛି । ସିଙ୍ଗଡାର ଏକ ନୂଆ ରଙ୍ଗ, ସ୍ୱାଦ  ଦେଖିବାକୁ ମିଳିଛି । ଦିଲ୍ଲୀରେ ସିଙ୍ଗଡା ପେଣ୍ଠସ୍ଥଳୀ ଭାବେ ସମୋସା ହବ ଜଣାଯାଏ। ବିଭିନ୍ନ ପ୍ରକାର ପୁରଦିଆ ହୋଇଥିବା ସିଙ୍ଗଡା ଏହି ଦୋକାନରେ ମିଳେ ।  ଦିଲ୍ଲୀ ଆସୁଥିବା ପର୍ଯ୍ୟଟକମାନେ ସିଙ୍ଗଡା ଖାଇବା ପାଇଁ ସେଠାରେ ଭିଡ ଲଗାଇଥାନ୍ତି । ଦଶହରା ଓ ଦୀପାବଳୀ ପାଇଁ ଏହି ଦୋକାନ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି । ଭଲ ବେପାରକୁ ନଜରରେ ରଖି ଗୋଲାପି ଓ ନୀଳ ରଙ୍ଗର ସିଙ୍ଗଡା ପ୍ରସ୍ତୁତ କରିଛନ୍ତି  । ଷ୍ଟ୍ରବେରୀ,ବ୍ଲୁବେରୀ ଫଳକୁ ସିଙ୍ଗଡା ଘୋଳରେ ନିଶାଇ ଏମିତି ରଙ୍ଗରେ ସିଙ୍ଗଡା ପ୍ରସ୍ତୁତ କରଛନ୍ତି । 

ଗୋଟିଏ ପ୍ଳାଟ ସିଙ୍ଗଡା ଦାମ ୯୦  ଟଙ୍କା ସେଥିରେ ଦୁଇଟି ଗୋଲାପି ରଙ୍ଗର ସିଙ୍ଗଡା ରହୁଛି । ନୀଳ ରଙ୍ଗର ସିଙ୍ଗଡାର ଦାମ ୧୨୦ ଟଙ୍କା । ନୂଆ ରଙ୍ଗ ଓ ସ୍ୱାଦରେ ତିଆରି ଏହି ସିଙ୍ଗଡାକୁ ଖାଇବା ପାଇଁ ଗ୍ରାହକଙ୍କ ଭିଡ ବଢିବାରେ ଲାଗିଛି ।