୫୦ କୋଟି ନେଲେ ହ୍ରିତିକ ରୋଶନ

୫୦ କୋଟି ନେଲେ ହ୍ରିତିକ ରୋଶନ

  ୫୦ କୋଟି ନେଲେ ହ୍ରିତିକ ରୋଶନ

ବିକ୍ରମ-ଦେବ ଚଳଚ୍ଚିତ୍ର ନେଇ ଚର୍ଚ୍ଚା ଥମୁନି । ଅକ୍ଟୋବର ୩୦ରେ ସର୍ବଭାରତୀୟସ୍ତରରେ  ଏହି ଚଳଚ୍ଚିତ୍ର ମୁକ୍ତିଲାଭ ହେବ । ହ୍ରିତିକ ରୋଶନ ସୈଫ ଅଲୀ ଖାନ ରାଧିକା ଆପତେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ୨୦୧୯ରେ ଓା୍ୱର ହ୍ରିତିକ ଅଭିନୀତ ଶେଷ ଚଳଚ୍ଚିତ୍ର ଥିଲା । ୩ ବର୍ଷ ପରେ ସେ ପୁଣି ଥରେ ପରଦା ଉପରକୁ ଆସିଛନ୍ତି । ବିକ୍ରମ-ଦେବ ଚଳଚ୍ଚିତ୍ରରେ ସେ ପ୍ରଥମ ତର ନକରାତ୍ମତ ଚରିତ୍ରରେ ଅଭିନୟ କରିଛନ୍ତି । ଏହି ଭୂମିକା ପାଇଁ ସେ ୫୦ କୋଟି ଟଙ୍କା ନେଇଥିବା ଜଣାପଡିଛି । ଅନ୍ୟପାଖେ ପୁଲିସ ଅଫିସ ଭୂମିକାରେ ସୈଫ ଅଲୀ ଖାନ ୧୨ କୋଟି ଟଙ୍କା ଚୁକ୍ତି କରିଛନ୍ତି । ଯଦି ଏହି ଫିଲ୍ମ ହିଟ ହୁଏ ତାହାଲେ ହ୍ରିତିକଙ୍କ ପାଉଣା ଆହୁରି ବଢିବ ବୋଲି ସମୀକ୍ଷକ କହିଛନ୍ତି ।