ସାବଧାନ! ଆସନ୍ତା ୫ ଦିନ ପ୍ରଚଣ୍ଡ ତାତି
ସାବଧାନ! ଆସନ୍ତା ୫ ଦିନ ପ୍ରଚଣ୍ଡ ତାତି
ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଦିନକୁଦିନ ତାପମାତ୍ରା ବୃଦ୍ଧି ଯୋଗୁ ଅସହ୍ୟ ଗରମରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ୨୮ ତାରିଖରୁ ତାତି ଆହୁରି ବଢିବ । ଲଗାତର ୪-୫ଦିନ ରାଜ୍ୟରେ ଏଭଳି ପାଗ ଜାରି ରହିବ । ଆଭ୍ୟନ୍ତରୀଣ ଓଡିଶାରେ ତାତି ସ୍ୱାଭାବିକଠାରୁ ୨ରୁ ୩ ଡିିଗ୍ରୀ ବଢିବ ବୋଲି କେନ୍ଦ୍ର ପୂର୍ବାନୁମାନ କରିଛି ।
ଗତକାଲି ୬ଟି ସହରର ସର୍ବୋଚ୍ଚ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା । ବୌଦ୍ଧରେ ୪୦.୫ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଟିଟିଲାଗଡରେ ସର୍ବୋଚ୍ଚ ତାପମାତ୍ରା ୪୦.୪ଡିଗ୍ରୀ, ବଲାଙ୍ଗୀରରେ ୩୯.୮, ବାରିପଦା ଓ ଝାରସୁଗୁଡାରେ ୩୯.୬ ଏବଂ ତାଳଚେରରେ ସର୍ବୋଚ୍ଚ ତାପମାତ୍ରା ୩୯ଡିଗ୍ରୀ ସେଲସିୟସ ରହିଥିଲା । ଭୁବନେଶ୍ୱର ଓ କଟକରେ ତାପମାତ୍ରା ୩୬.୮ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।




admin 