ସାନକୁ ହାଣିଦେଲା ବଡ଼ ଭାଇ

ସାନକୁ ହାଣିଦେଲା ବଡ଼ ଭାଇ

ସାନକୁ ହାଣିଦେଲା ବଡ଼ ଭାଇ

ବଣାଇ : ସମ୍ପର୍କରେ ରକ୍ତର ଛିଟା। ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ଜୀବନ ଯାଇଛି। ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀ ପଡ଼ା ଥାନା ଅନ୍ତର୍ଗତ ଖୁଟୁଗାଁ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ବାଡ଼ି କୁମୁରା।  ବଡ଼ ଭାଇ ବିଶୁ କୁମୁରାଙ୍କୁ ପୁଲିସ ଅଟକ ରଖି ପଚରାଊଚରା କରୁଛି।
ଗତକାଲି ରାତିରେ କୌଣସି କଥାକୁ ନେଇ  ବଡ଼ ଓ ସାନ ଭାଇ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ବଡ଼ ଭାଇ ଉତକ୍ଷିପ୍ତ ହୋଇ ଘରୁ ଏକ ଟାଙ୍ଗିଆ ଆଣି ସାନ ଭାଇକୁ ହାଣି  ଦେଇଥିଲା। ଘଟଣାସ୍ଥଳରେ ସାନ ଭାଇ ବାଡ଼ି କୁମୁରାଙ୍କର ମୃତ୍ୟୁ ଘଟିଥିଲା। ସାନ ଭାଇକୁ ହତ୍ୟା କରିବା ପରେ ବଡ଼ ଭାଇ ଘଟଣାସ୍ଥଳରୁ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲା। ଗ୍ରାମବାସୀ ବିଶୁଙ୍କୁ  କାବୁ କରି ପୁଲିସ ଜିମାରେ ଦେଇଥିଲେ।