ସମୁଦୁଣୀ ପ୍ରେମ : ବିବାହର ୪୦ ବର୍ଷ ପରେ ତ୍ରିପଲ୍‌ ତଲାକ୍‌

ସମୁଦୁଣୀ ପ୍ରେମ : ବିବାହର ୪୦ ବର୍ଷ ପରେ ତ୍ରିପଲ୍‌ ତଲାକ୍‌

ସମୁଦୁଣୀ ପ୍ରେମ : ବିବାହର ୪୦ ବର୍ଷ ପରେ ତ୍ରିପଲ୍‌ ତଲାକ୍‌
ନୂଆଦିଲ୍ଲୀ : ପ୍ରେମ କିଛି ଜାତି କିମ୍ବା ବୟସ ଦେଖିନଥାଏ । ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଝାରଖଣ୍ଡ ଗଡ୍‌ବା ଜିଲ୍ଲାରେ । ଏଠାରେ ଜଣେ ବୃଦ୍ଧ ନିଜ ସମୁଦୁଣୀଙ୍କ ପ୍ରେମରେପଡି ୪୦ ବର୍ଷର ବିବାହକୁ ଶେଷ କରିଛନ୍ତି । ସମୁଦୁଣୀଙ୍କ ପ୍ରେମରେ ପଡି ବାହାଘରର ୪୦ ବର୍ଷ ପରେ ସ୍ତ୍ରୀଙ୍କୁ ତଲାକ୍‌ ଦେଇଛନ୍ତି । ଗଡ୍‌ବା ଜିଲ୍ଲା ସଦର ଥାନାରେ ପହଞ୍ଚି ବୃଦ୍ଧଙ୍କ ସ୍ତ୍ରୀ ନ୍ୟାୟ ପାଇଁ ଗୁହାରି କରିଛନ୍ତି । ଭାରତ ସରକାର ତ୍ରିପଲ୍‌ ତଲାକ ଉପରେ ପ୍ରତିବନ୍ଧକ ଲଗାଇଥିବାବେଳେ ଏହି ନିୟମକୁ ଅନେକ କ୍ଷେତ୍ରରେ ବେଖାତିର କରାଯାଉଛି । ମିଳିଥିବା ସୂଚନା ଅନୁସାରେ ଝାରଖଣ୍ଡର ମେରାଲ ଥାନା ଅନ୍ତର୍ଗତ ଟିକୁଲହୁଡା ଗ୍ରାମରେ ଜଣେ ୫୫ ବର୍ଷୀୟ ବୟସ୍କ ଅବଦୁଲ୍‌ ଶେଖ ଶାହା ନିଜ ମଝିଆ ଝିଅର ଶାଶୁ ଅର୍ଥାନ୍‌ ସମୁଦୁଣୀଙ୍କୁ ପ୍ରେମ କରି ବସିଛନ୍ତି । ଏହି ଘଟଣା ଜଣାପଡିବା ପରେ ଅବଦୁଲଙ୍କ ସ୍ତ୍ରୀ ଏହାକୁ ଘୋର ବିରୋଧ କରିଥିଲେ । ଏହାପରେ ରାଗରେ ଅବଦୁଲ୍‌ ତାଙ୍କ ପତ୍ନୀଭ୍କୁ ତଲାକ... ତଲାକ୍‌ ... ତଲାକ୍‌... କହି ଛାଡପତ୍ର ଦେଇଛନ୍ତି । ଏହା ପରେ ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଅବଦୁଲ୍‌ ନିଜ ସ୍ତ୍ରୀଙ୍କ ସମେତ ସମ୍ପୂର୍ଣ୍ଣ ପରିବାରକୁ ଘରୁ ବାହାର କରି ଦେଇଛନ୍ତି । ଏହା ସହିତ ଘରର ସମସ୍ତ ଗହଣା ସହିତ ଅନ୍ୟାନ୍ୟ ଜିନିଷ ପତ୍ର ମଧ୍ୟ ନିଜ ପ୍ରେମିକା ଅର୍ଥାତ୍‌ ସମୁଦୁଣୀଙ୍କୁ ଦେଇଛନ୍ତି । ଏହି ଘଟଣା ପରେ ପୂରା ପରିବାର ସହିତ ମହିଳାଜଣକ ଥାନାର ଦ୍ବାରସ୍ଥ ହୋଇଛନ୍ତି । ପୀଡ଼ିତା ମହିଳାଜଣକ ନିଜ ସ୍ବାମୀଙ୍କ ବିରୋଧରେ ଏତଲା ଦେବା ସହିତ କଡା କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏହି ମାମଲାକୁ ନେଇ ପୋଲିସ୍‌ ମଧ୍ୟ ଅଭିଯୁକ୍ତକୁ ପଚରାଉଚୁରା କରିଛି । କିନ୍ତୁ ଅଭିଯୁକ୍ତଜଣକ ଏପରି କିଛି ହୋଇନଥିବାର କହିଛନ୍ତି । ତେବେ ପୋଲିସ୍‌ ଏହି ଘଟଣା ସମ୍ପର୍କରେ ଖୋଳତାଡ ଜାରି ରଖିଛି ।