ସାମାନ୍ୟ ଜମି ପାଇଁ କାଠ ଫାଳିଆରେ ପିଟିପିଟି ମାରିଦେଲେ

ସାମାନ୍ୟ ଜମି ପାଇଁ କାଠ ଫାଳିଆରେ ପିଟିପିଟି ମାରିଦେଲେ

ରାଉରକେଲା  :ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ଫୁଲଝର ପଞ୍ଚାୟତ ହାତୀସଲ ଗାଁରେ କାଠଫାଳିଆରେ ପିଟି ପିଟି ଜଣଙ୍କୁ ହତ୍ୟା ।

ଖବର ଅନୁଯାୟୀ, ପୂର୍ବରୁ ଗାଁର ଲକ୍‌ ନାୟକ ଏବଂ ଚଇତୁ ନାୟକଙ୍କ ପରିବାର ମଧ୍ୟରେ ଜମିକୁ ନେଇ ବିବାଦ ରହିଥିଲା । ରବିବାର ରାତିରେ ପୂର୍ବ ବିବାଦକୁ ନେଇ ଦୁହିଁଙ୍କ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଦେଖୁ ଦେଖୁ ବିବାଦ ଉଗ୍ରରୂପ ନେଇଥିଲା । ଲକ୍‌ ନାୟକ ଏକ କାଠ ଫାଳିଆରେ ଚଇତୁ ନାୟକଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ଚଇତୁଙ୍କର ମୃତ୍ୟୁ ହୋଇଥିଲା ।
 ଖବର ପାଇ ମହୁଲପଦା ପୋଲିସ ସହ ବଣେଇ ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ପୋଲିସ । ସେହିପରି ଅଭିଯୁକ୍ତ ଲକ୍‌ ନାୟକଙ୍କୁ ଅଟକ ରଖିଛି ପୋଲିସ ।