ସମଗ୍ର ଓଡ଼ିଶାରେ ଶନିବାର ଓ ରବିବାର ସଟଡାଉନ୍

ସମଗ୍ର ଓଡ଼ିଶାରେ ଶନିବାର ଓ ରବିବାର ସଟଡାଉନ୍

ସମଗ୍ର ଓଡ଼ିଶାରେ ଶନିବାର ଓ ରବିବାର ସଟଡାଉନ୍
ଭୁବନେଶ୍ଵର : ସମଗ୍ର ଓଡ଼ିଶାରେ ଶନିବାର ଓ ରବିବାର ସଟଡାଉନ୍ ହେବ ବୋଲି ଘୋଷଣା କରାଯାଇଛି । ସ୍ବତନ୍ତ୍ର ରିଲିଫ କମିଶନର ଏହି ଘୋଷଣା କରିଛନ୍ତି । ସପ୍ତାହାନ୍ତ ସଟଡାଉନ ବେଳେ ଅତ୍ୟାବଶ୍ୟକ ସେବା ଜାରି ରହିବ । ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ଲାଗୁ ହେବ । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସଂକ୍ରମଣ କମାଇବାକୁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହା ସହିତ ୩୦ଟି ଯାକ ଜିଲ୍ଲାରେ ରାତ୍ରୀ କାଳୀନ କର୍ଫ୍ୟୁ ବଳବତ୍ତର ରହିବ । ଏ ନେଇ ସ୍ବତନ୍ତ୍ର ରିଲିଫ୍‌ କମିସନର ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟଯେ, ରାଜ୍ୟରେ ଗୋଟିଏ ଦିନରେ ୪୪୪୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୨୫୭୪ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୧୮୭୧ ଜଣ ସଂକ୍ରମିତ ହୋଇଛନ୍ତି । ଇତିମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲକଡାଉନ ଘୋଷଣା କରିଥିବାବେଳେ କରୋନା ସଂକ୍ରମଣ ପାଇଁ ପିପିଲି ଉପନିର୍ବାଚନରେ ବିଜେଡ଼ି ରାଲି କରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଘୋଷଣା କରିଛନ୍ତି । ତେବେ ଦିଲ୍ଲୀରେ ଲକଡାଉନ ଯୋଗୁଁ ଏବେ ଲୋକମାନେ ଘରମୁହାଁ ହୋଇସାରିଛନ୍ତି । ଅନ୍ୟ ରାଜ୍ୟରୁ ବି ଓଡ଼ିଶାକୁ ପ୍ରବାସୀମାନେ ଫେରୁଛନ୍ତି । ଗତବର୍ଷ ବାହାର ରାଜ୍ୟକୁ ନିଜ ରାଜ୍ୟ ଓଡ଼ିଶାକୁ ଫେରିଥିବା ପ୍ରବାସୀଙ୍କ ପାଇଁ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିଥିଲା ।