ସପ୍ତାହକୁ ମାତ୍ର ଥରେ ପିଅନ୍ତୁ ଏହି ଜୁସ, ରହିବନି କୌଣସି ସ୍ୱାସ୍ଥ୍ୟ ସମସ୍ୟା

ସପ୍ତାହକୁ ମାତ୍ର ଥରେ ପିଅନ୍ତୁ ଏହି ଜୁସ, ରହିବନି କୌଣସି ସ୍ୱାସ୍ଥ୍ୟ ସମସ୍ୟା

ସପ୍ତାହକୁ ମାତ୍ର ଥରେ ପିଅନ୍ତୁ ଏହି ଜୁସ, ରହିବନି କୌଣସି ସ୍ୱାସ୍ଥ୍ୟ ସମସ୍ୟା

ଭୁବନେଶ୍ୱର: ସୁସ୍ଥ ରହିବା ପାଇଁ ଆମେ ବିଭିନ୍ନ ପ୍ରକାରର ତରିକା ଆପଣାନ୍ତି । ପ୍ରାକୃତିକ ଉପାୟରେ ହେଉ କି ମନୁଷ୍ୟକୃତ ଲୋକେ ବହୁପ୍ରକାରର ପ୍ରଚେଷ୍ଟା କରନ୍ତି । କିନ୍ତୁ ଆମ ନିତିଦିନିଆ ଜୀବନଶୈଳୀରେ ଆମ ହାତ ପାହାନ୍ତାରେ ଥିବା ପ୍ରାକୃତିକ ଔଷଧିକୁ ଆମେ ନଜରଅନ୍ଦାଜ କରୁ । ଏଭଳି ଏକ ପତ୍ର ଯେଉଁଥିରେ ଭରିରହିଛି ଔଷଧିୟ ଶକ୍ତି । ଯାହା ଆମ ଶରୀରର ବିଭିନ୍ନ ସମସ୍ୟାରୁ ମୁକ୍ତ ଦେବାରେ ସାହାର୍ଯ୍ୟ କରିବ । ଏହି ପତ୍ରଟି ହେଉଛି ଧନିଆପତ୍ର । ସପ୍ତାହକୁ ଥରେ ଧନିଆପତ୍ର ଜୁସ୍‌ ପିଇବା ଦ୍ୱାରା ଆମକୁ ମିଳିଥାଏ ଅନୋଖା ଫାଇଦା ।  

- ବିଭିନ୍ନ ପ୍ରକାର ଆଖି ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳୁ ଖାଲିପେଟରେ ଧନିଆ ପତ୍ର ଜୁସ୍‌ ପିଇଲେ ମିଳିଥାଏ ସୁଫଳ  ।
- ଏହା ଶରୀରରେ କୋଲେଷ୍ଟ୍ରଲସ୍ତର ହ୍ରାସ କରିବାରେ ମହୋଷଧି ଭଳି କାମ କରିଥାଏ ।
- ଏହା ସହିତ ଧନିଆପତ୍ର ଜୁସ ପିଇବା ଦ୍ୱାରା ବିଭିନ୍ନ ପ୍ରକାରର ପେଟ ରୋଗର ସମସ୍ୟା ଦୂର ହୋଇଥାଏ ।
- ହୃଦରୋଗ ସମମ୍ବନ୍ଧିୟ ସମସ୍ୟାରେ ଏହାକୁ ବ୍ୟବହାର କରିବା ଆବଶ୍ୟକ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି ।
- ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍‌ ବି-୧୨ ରହିଥାଏ । ଏହା ସହିତ ଏଥିରେ ୮୯ ପ୍ରତିଶତ ଜଳ, କାର୍ବୋହାଇଡେ଼୍ରଟ, ଫାଇବର, ପ୍ରୋଟିନ୍‌, ଭିଟାମିନ୍‌-ଏ, ସି, କେ, ମ୍ୟାଗ୍‌ନେସିୟମ୍‌, ମାଙ୍ଗାନିଜ୍‌, ପୋଟାସିୟମ୍‌ ଆଦି ଉପାଦାନ ରହିଥାଏ ।
- ଏହାର ଜୁସ୍‌ ନିୟମିତ ପିଇଲେ ସମସ୍ତ ପ୍ରକାର ଆଖି ସମସ୍ୟା ଦୂର ହୋଇଥାଏ ।