ସପ୍ତାହକୁ ଚାରି ଦିନ କାମ, ତିନି ଦିନ ଛୁଟି !

ସପ୍ତାହକୁ ଚାରି ଦିନ କାମ, ତିନି ଦିନ ଛୁଟି !

ସପ୍ତାହକୁ ଚାରି ଦିନ କାମ, ତିନି ଦିନ ଛୁଟି !
ଗଲା ଡିସେମ୍ବରରେ ଫିନଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ସାନା ମାରିନ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ହୋଇଥିଲା । କାରଣ ସେ ବିଶ୍ୱର ସର୍ବକନିଷ୍ଠା ରାଷ୍ଟ୍ରମୁଖ୍ୟ ହେବାର ଗୌରବ ଲାଭ କରିଥିଲେ । ଏବେ ଆଉ ଏକ କାରଣ ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ୩୪ ବର୍ଷ ବୟସ୍କାର ସାନା । ନିଜ ଦେଶର କର୍ମଚାରୀମାନଙ୍କ ପାଇଁ ସପ୍ତାହକୁ ଚାରି ଦିନର କାର୍ଯ୍ୟ ଦିବସ ଏବଂ ବାକି ତିନି ଦିନ ଛୁଟି ପାଇଁ ପ୍ରସ୍ତାବ ଦେଇଛନ୍ତି । ତାଙ୍କ ମତରେ, କର୍ମଚାରୀମାନେ ଆଠ ଘଣ୍ଟା ବଦଳରେ ଛଅ ଘଣ୍ଟା କାମ କରିବା ଉଚିତ । ଏହା ଦ୍ୱାରା କାମର ବୋଝ ହାଲକା ହେବ । କର୍ମଚାରୀମାନେ ନିଜ ପରିବାର ଓ ସମ୍ପର୍କୀୟଙ୍କୁ ଅଧିକ ସମୟ ଦେଇପାରିବେ । ନିଜ ମନ ପସନ୍ଦର କାମ କରିବା ପାଇଁ ଅଧିକ ସମୟ ମିଳିବ ଏବଂ ବ୍ୟକ୍ତିଗତ ଜୀବନରେ ସେମାନେ ଖୁସି ରହିବେ । ତେବେ, ତାଙ୍କ ପ୍ରସ୍ତାବକୁ କେତେକ ସ୍ତରରେ ସମାଲୋଚନା କରାଯାଇଛି । କାର୍ଯ୍ୟ ନିର୍ଘଣ୍ଟ କମିଗଲେ ତାହା ଉପôାଦନକୁ ପ୍ରଭାବିତ କରିବା ଆଶଙ୍କା ଥିବା ସେମାନେ କହିଛନ୍ତି ।