ସଟଡାଉନ ଚେକିଂ ବେଳେ ହାବିଲଦାରଙ୍କୁ ମହଙ୍ଗା ପଡ଼ିଲା, କାହିଁକି ଏମିତି ହେଲା ଜାଣନ୍ତୁ

ସଟଡାଉନ ଚେକିଂ ବେଳେ ହାବିଲଦାରଙ୍କୁ ମହଙ୍ଗା ପଡ଼ିଲା, କାହିଁକି ଏମିତି ହେଲା ଜାଣନ୍ତୁ

ସଟଡାଉନ ଚେକିଂ ବେଳେ ହାବିଲଦାରଙ୍କୁ ମହଙ୍ଗା ପଡ଼ିଲା, କାହିଁକି ଏମିତି ହେଲା ଜାଣନ୍ତୁ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କ୍ୟାଟେଗୋରୀ ‘ବି’ ଅନ୍ତର୍ଗତ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଜାରି ରହିଛି । ଏହି ସମୟରେ ଅମାନିଆଙ୍କୁ ଧରପଗଡ଼ ପାଇଁ ଚେକିଂକୁ  ଗୁରୁତ୍ୱ ଦିଆଯାଉଛି ।  ତେବେ ଏହି ଚେକିଂ ଜଣେ ହାବିଲଦାରଙ୍କୁ ମହଙ୍ଗା ପଡ଼ିଛି । କାରଣ ଚେକିଂ ବେଳେ ଏକ ଅଟୋ ସମ୍ପୃକ୍ତ ହାବିଲଦାରଙ୍କୁ ଧକ୍କା ଦେଇଛି ।  ଏଥିରେ ସମ୍ପୃକ୍ତ ହାବିଲଦାର ଜଣକ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ଭୁବନେଶ୍ୱର ଏମସରେ ଭର୍ତ୍ତି କରାଯାଇଛି ।  

ପ୍ରକାଶ ଯେ, ଆଜି ସପ୍ତାହାନ୍ତ ସଟଡାଉନ ପରିପ୍ରେକ୍ଷୀରେ ଭୁବନେଶ୍ୱର କଳ୍ପନା ଛକରେ ଚେକିଂ କରାଯାଉଥିଲା ।  ଏହି ସମୟରେ ଏକ ଅଟୋ ଦ୍ରୁତ ଗତିରେ ଆସି  ସରୋଜ ପ୍ରଧାନ ନାମକ ଜଣେ ହାବିଲଦାରଙ୍କୁ ଧକ୍କା ଦେଇଥିଲା । ଏଥିରେ ସେ  ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ଭୁବନେଶ୍ୱର ଏମସରେ ଭର୍ତ୍ତି କରାଯାଇଛି ।   ଅନ୍ୟପକ୍ଷରେ ପୁଲିସ ସମ୍ପୃକ୍ତ ଅଟୋ ଚାଳକକୁ ଲକ୍ଷ୍ମୀସାଗର ଥାନାରେ ଅଟକ ରଖିଛି ।