ସଂଗ୍ରହାଳୟ ପ୍ରବେଶ ଦେୟ ଉପରେ କଟକଣା
ଭୁବନେଶ୍ୱର : ଓଡ଼ିଶା କଳାର ଭୂମି । ଆମ କଳା,ସଂସ୍କୃତି ଓ ସ୍ଥାପତ୍ୟ ସାରା ବିଶ୍ୱରେ ଏକ ମହାନ ପରିଚୟ ସୃଷ୍ଟି କରିପାରିଛି । ଆମ ମହାନ ଐତିହ୍ୟର ସଂରକ୍ଷଣ ଏବଂ ପ୍ରଚାର ପ୍ରସାର ଦିଗରେ ସଂଗ୍ରହାଳୟ ଗୁଡ଼ିକ ବିଶେଷ ଭୂମିକା ଗ୍ରହଣ କରିଆସିଛି ।
ଆମ ରାଜ୍ୟରେ ଥିବା ସଂଗ୍ରହାଳୟ ଗୁଡ଼ିକ ଯେପରି ଅଧିକ ଲୋକପ୍ରିୟ ହେବ ଓ ବହୁ ମାତ୍ରାରେ ପର୍ଯ୍ୟଟକ ପରିଦର୍ଶନ ସୁଯୋଗ ପାଇବେ,ଜନସାଧାରଣ, ବିଶେଷ କରି ଯୁବ ସମାଜ,ଛାତ୍ର ସମାଜ କଳା ଓ ସଂସ୍କୃତି ସହ ଭଲ ଭାବେ ପରିଚିତ ହୋଇପାରିବେ , ସେଥିପାଇଁ ରାଜ୍ୟ ସରକାର ରାଜ୍ୟର କୈାଣସି ସଂଗ୍ରହାଳୟର ପ୍ରବେଶ ଦେୟ ୧୦ ଟଙ୍କାରୁ ଅଧିକ ନ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଛାତ୍ର ଛାତ୍ରୀ, କାରିଗର ଓ ବୁଣାକାରଙ୍କ ପାଇଁ ପ୍ରବେଶ ନିମନ୍ତେ କୈାଣସି ଦେୟ ଆଦାୟ କରାଯିବ ନାହିଁ ।




admin 