ଶ୍ରୀଲଙ୍କା ବିପକ୍ଷ ୩ ଟିକିଆ ଟି-୨୦ ସିରିଜ ଖେଳିବ ଭାରତ

ଶ୍ରୀଲଙ୍କା ବିପକ୍ଷ ୩ ଟିକିଆ ଟି-୨୦ ସିରିଜ ଖେଳିବ ଭାରତ

ଶ୍ରୀଲଙ୍କା ବିପକ୍ଷ ୩ ଟିକିଆ ଟି-୨୦ ସିରିଜ ଖେଳିବ ଭାରତ

ମୁମ୍ବାଇ: ଆଜିଠୁ ଶ୍ରୀଲଙ୍କା ବିପକ୍ଷ ୩ ଟିକିଆ ଟି-୨୦ ସିରିଜ ଖେଳିବ ଭାରତ । ମୁମ୍ବାଇ ଓ୍ଵାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ ପ୍ରଥମ ମ୍ୟାଚ୍ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଖେଳିବ ଟିମ୍ ଇଣ୍ଡିଆ । ଭାରତୀୟ ଦଳର ତିନି ପ୍ରମୁଖ ଖେଳାଳି ବିରାଟ କୋହଲି, ରୋହିତ ଶର୍ମା, କେଏଲ୍ ରାହୁଲଙ୍କ ବିନା ଭାରତ ଏହି ଶୃଙ୍ଖଳା ଖେଳିବ ।

ଯୁବ ଖେଳାଳିଙ୍କୁ ନେଇ ହାର୍ଦ୍ଦିକ ମଇଦାନକୁ ଓହ୍ଲାଇବେ । ଟି-୨୦ ବିଶ୍ଵକପରେ ଭାରତର ଲଗାତାର ବିଫଳତାକୁ କିଭଳି ଦୂର କରିହେବ ତା ଉପରେ ଟିମ୍ ଇଣ୍ଡିଆର ଫୋକସ୍ ରହିବ । ଈଶାନ କିଶନ, ଋତୁରାଜ ଗାଏକ୍ଵାଡ୍ ଭାରତୀୟ ଦଳର ପାଳି ଆରମ୍ଭ କରିବା ସୁଯୋଗ ପାଇବେ ।

ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିନଥିବା ଶୁବମନ ଗିଲ୍‌ ଏହି ମ୍ୟାଚରେ ଡେବ୍ୟୁ କରିବେ। ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ହୁଡ଼ା ମଧ୍ୟକ୍ରମରେ ବ୍ୟାଟିଂ କରିବେ। ଈଶାନ କିଶନ ଥିଲେ ମଧ୍ୟ ସଞ୍ଜୁ ସାମସନ୍ ୱିକେଟ କିପର ଦାୟିତ୍ୱ ତୁଲାଇବେ। ବୋଲିଂରେ ଦୁଇ ନବାଗତ ଶିଭମ ମାଭି ଓ ମୁକେଶ କୁମାର ସାମିଲ ଥିଲେ ମଧ୍ୟ ଅର୍ଶଦୀପ ସିଂହ, ହର୍ଷଲ ପଟେଲ୍, ଉମ୍ରାନ ମଲ୍ଲିକ, ଚହଲ ଏବଂ ୱାସିଂଟନ ସୁନ୍ଦର ରହିଛନ୍ତି । ଦୁଇ ଦେଶ ୨୦୨୧ ପରଠୁ ୭ ଥର ମୁକାବିଲା କରିଥିବାବେଳେ ଭାରତ କେବଳ ୪-୩ରେ ଆଗୁଆ ରହିଛି।

ଗତ ଟି-୨୦ ବିଶ୍ୱକପ୍ ପରଠାରୁ ଶ୍ରୀଲଙ୍କା କୌଣସି ଟି-୨୦ ମ୍ୟାଚ୍ ଖେଳିନାହିଁ। ଟି-୨୦ ଫର୍ମାଟରେ ଶ୍ରୀଲଙ୍କାର ପ୍ରଦର୍ଶନ ଭଲ ରହିଛି। ଦଳର ବୋଲିଂ ବିଭାଗ ମୁଖ୍ୟତଃ ହସରଙ୍ଗାଙ୍କ ଉପରେ ନିର୍ଭର କରିବ। ଗତ ବର୍ଷ ସେ ୭୩ଟି ୱିକେଟ୍ ନେଇଥିଲେ।

ଟିମ୍‌ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ : ଈଶାନ କିଶନ, ରୁତରାଜ ଗାଏକ୍ୱାଡ, ଶୁଭମନ ଗିଲ, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟ), ଓ୍ଵାଂଶିଟନ ସୁନ୍ଦର, ହର୍ଷଲ ପଟେଲ, ଯୁଜବେନ୍ଦ୍ର ଚହଲ, ଉମ୍ରାନ ମଲ୍ଲିକ, ଅର୍ଶଦୀପ ସିଂ ।