ଶ୍ରୀମନ୍ଦିରରେ ପଶି ୪ ଏଏନଏମ ନିଲମ୍ବିତ

ଶ୍ରୀମନ୍ଦିରରେ ପଶି ୪ ଏଏନଏମ ନିଲମ୍ବିତ

ଶ୍ରୀମନ୍ଦିରରେ ପଶି ୪ ଏଏନଏମ ନିଲମ୍ବିତ
ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ସୁଧୁରୁଛି କରୋନା ସ୍ଥିତି । ଆଉ ଏଥିପାଇଁ ଦୀର୍ଘ ଦିନ ଧରି ବନ୍ଦ ହୋଇ ରହିଥିବା ମନ୍ଦିର ମଧ୍ୟ ଖୋଲୁଛି । ଏହାରି ଭିତରେ ପୁରୀ ଶ୍ରୀମନ୍ଦିର ଖୋଲିଛି । ଆଉ ପ୍ରଶାସନର ନିଷ୍ପତ୍ତି କ୍ରମେ ପ୍ରଥମେ ସେବାୟତ ପରିବାର ଓ ପରେ ପୁରୀବାସୀ ଜଗାଙ୍କୁ ଦର୍ଶନ କରିଛନ୍ତି । ଆଜି ଠାରୁ ଭଡ଼ାଟିଆ ଓ କର୍ମଜୀବୀଙ୍କୁ ଶ୍ରୀଜିଉଙ୍କ ଦର୍ଶନ ଅନୁମତି ପ୍ରଦାନ କରାଯାଇଛି । ତେବେ ଏହାରି ଭିତରେ ବିନା ଅନୁମତିରେ ଶ୍ରୀମନ୍ଦିରରେ ପ୍ରବେଶ କରିବା ଅଭିଯୋଗରେ ୪ ଜଣ ଏଏନଏମଙ୍କୁ ନିଲମ୍ବିତ କରାଯାଇଛି । ସମ୍ପୃକ୍ତ ୪ ଏଏନଏମ ମନ୍ଦିର ବାହାରେ ଡୁ୍ୟଟି କରିବା ପାଇଁ ଦାୟିତ୍ୱ ପାଇଥିଲେ । ସେମାନେ ମନ୍ଦିରକୁ ପ୍ରବେଶ ଅନୁମତି ପାଇଥିବା ବ୍ୟକ୍ତିଙ୍କ ଥର୍ମାଲ ଚେକିଂ କରୁଥିଲେ । ତେବେ ପ୍ରବେଶ ଅନୁମତି ନଥିଲେ ବି ସମ୍ପୃକ୍ତ ୪ ଏଏନଏମ ମନ୍ଦିର ଭିତରକୁ ଯାଇଥିଲେ । ଏହି ଘଟଣା ଜଣାପଡ଼ିବା ପରେ ସମସ୍ତ ୪ ଜଣଙ୍କୁ ସିଡିଏମଓ ନିଲମ୍ବିତ କରିଛନ୍ତି ।