ମହିଳା କମିଶନରେ ବର୍ଷା ହାଜର

ମହିଳା କମିଶନରେ ବର୍ଷା ହାଜର

ମହିଳା କମିଶନରେ ବର୍ଷା ହାଜର
ଭୁବନେଶ୍ୱର: ଓଲିଉଡ ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ଏହି ବିବାଦ ପ୍ରସଙ୍ଗରେ ମଙ୍ଗଳବାର ପୁଣି ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଆଜି ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ମହିଳା କମିଶନ ଅଫିସରେ ପହଞ୍ଚିଛନ୍ତି । ପାରିବାରିକ ବିବାଦ ନେଇ ବର୍ଷା ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅନୁଭବ ଏବଂ ତାଙ୍କ ବାପା ଓ ମା’ଙ୍କୁ ହାଜର ପାଇଁ ମହିଳା କମିଶନଙ୍କ ପକ୍ଷରୁ ନୋଟିସ ହୋଇଥିବାବେଳେ ସେମାନେ ମଧ୍ୟ ଆଜି ହାଜର ହେବାର କାର୍ଯ୍ୟକ୍ରମ ରହିଛି । ଆଜି ହାଜର ହେବାକୁ ୩ଜଣଙ୍କୁୁ ମହିଳା କମିଶନ ନୋଟିସ କରିଛନ୍ତି । ତେବେ ଗୋଟିଏ ପକ୍ଷ ଅର୍ଥାତ ବର୍ଷା ମହିଳା କମିଶନ ଅଫିସରେ ହାଜର ହୋଇସାରିଥିଲେ ମଧ୍ୟ ଅପରପକ୍ଷ ଅର୍ଥାତ ଅନୁଭବ ଏବଂ ତାଙ୍କ ବାପା ଓ ମା ଖବର ଲେଖା ସୁଦ୍ଧା ପହଞ୍ଚିନଥିବା ଜଣାଯାଇଛି ।