ଶୀତଳ ଷଷ୍ଠୀ ପାଇଁ ଥାଳଉଠା କାର୍ଯ୍ୟ ଶେଷ

ଶୀତଳ ଷଷ୍ଠୀ ପାଇଁ ଥାଳଉଠା କାର୍ଯ୍ୟ ଶେଷ

ଶୀତଳ ଷଷ୍ଠୀ ପାଇଁ ଥାଳଉଠା କାର୍ଯ୍ୟ ଶେଷ

ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ବା ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ମଧ୍ୟରେ ହେବାକୁ ଥିବା ବାହାଘରର ପ୍ରଥମ ବା ଆଦ୍ୟପର୍ବ ଭାବରେ ଥାଳଉଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ସହରର ବିଭିନ୍ନ ସ୍ଥାନରେ ଏହି ଥାଳଉଠା କାର୍ଯ୍ୟ ପବିତ୍ର ଅକ୍ଷୟତୃତୀୟା ଅବସରରେ କରାଯାଉଥିବା ବେଳେ, ମୁଖ୍ୟତଃ ନନ୍ଦପଡାର ବମ୍‌ବରାଡ ବାଲୁଙ୍କେଶ୍ବର ବାବା,ଝାଡୁଆପଡାର ଲୋକନାଥବାବା ଓ ମୋଦିପଡାର ଜାଗେଶ୍ବର ବାବାଙ୍କ ମନ୍ଦିରରେ ଏହା ଧୂମ୍‌ଧାମରେ ପାଳନ କରାଯାଇଛି l ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ସମ୍ବଲପୁର ସହରରେ ଅନୁଷ୍ଠିତ ହୋଇଆସୁଥିବା ମହାଦେବ ଏବଂ ମାତା ପାର୍ବତୀଙ୍କ ବିବାହ ତଥା ଶୀତଳ ଷଷ୍ଠୀ ଯାତ୍ରାର ପ୍ରଥମରେ ଏହି ଥାଳଉଠା କାର୍ଯ୍ୟ ହୋଇଥାଏ l ମହାଦେବଙ୍କ ମନ୍ଦିରରେ ପୂଜାର୍ଚନା କରାଯିବା ପରେ ମାତା ପାର୍ବତୀଙ୍କ ମାତା ପିତା ଚୟନ କରାଯାଇଥାଏ l ଏହାସହ ଶୀତଳଷଷ୍ଠୀ ଯାତ୍ରା ପାଇଁ ଚାନ୍ଦା ବା ପାଣ୍ଠି ସଂଗ୍ରହ ଅନୁକୂଳ କରାଯିବା ର ପରମ୍ପରା କାହିଁ କେଉଁ କାଳରୁ ସମ୍ବଲପୁର ରେ ଚାଲିଆସୁଛି l ଚଳିତ ବର୍ଷ ନନ୍ଦପଡାରେ ପ୍ରତାପ ନନ୍ଦ ଓ ଲିପିକା ନନ୍ଦ କନ୍ୟାପିତା ମାତା ଚୟନ ହୋଇଥିବା ବେଳେ ଝାଡୁଆପଡାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ତାଙ୍କ ଧର୍ମପତ୍ନୀ ପଦ୍ମିନୀ ନାୟକ ଚୟନ ହୋଇଛନ୍ତି l

 ତେବେ ଏଥର ଝାଡୁଆପଡା ଲୋକନାଥ ବାବା ଙ୍କ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ତାଙ୍କ ପତ୍ନୀ କନ୍ଯା ପିତାମାତା ଚୟନ ହୋଇଥିବା ବେଳେ ଏଥର ଶୀତଳ ଷଷ୍ଠୀରେ ରାଜ୍ଯର ମନ୍ତ୍ରୀମଣ୍ଡଳ କୁ ସମ୍ବଲପୁରରେ ଦେଖିବାକୁ ମିଳିବ l ଆଜି ଥାଳଉଠା କାର୍ଯ୍ୟକ୍ରମ ପରେ, ଦେବଦେବ ମହାଦେବଙ୍କ ପାଇଁ କନ୍ୟାଖୋଜା, ମାତା ପାର୍ବତୀଙ୍କ ନିର୍ବନ୍ଧ ବା ଗୁଆଗୁଣ୍ଡା କାର୍ଯ୍ୟକ୍ରମ କରାଯିବା l ଏହାପରେ ଦେବ ନିମନ୍ତ୍ରଣ,ନୃସିଂହ ନିଉତା, ହନୁମାନ ନିମନ୍ତ୍ରଣ କରାଯିବ l ପରେ ଶୀତଳଷଷ୍ଠୀ ଦିନ ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ମଧ୍ୟରେ ସମସ୍ତ ଲୋକାଚାର ନିତୀରେ ବାହାଘର କରାଯିବ l ବାହାଘରର ଗୋଟିଏ ଦିନପରେ, ଭଗବାନ ମହାଦେବ ଓ ମାତା ପାର୍ବତୀ ସୁସଜ୍ଜିତ ମେଢରେ ସହର ପରିକ୍ରମା କରି, ଶ୍ରଦ୍ଧାଳୁ ମାନଙ୍କୁ ଯୁଗଳମୂର୍ତ୍ତୀ ଦର୍ଶନ ଦେବେ l 

ସମ୍ବଲପୁରରେ ଶୀତଳଷଷ୍ଠୀ ପର୍ବ କାହିଁ କେଉଁକାଳରୁ ଚାଲି ଆସୁଥିବା ବେଳେ ଲୋକେ ଦେବ ଦେବ ମହାଦେବ ଏବଂ ମାତା ଜଗତ ଜନନୀ ଙ୍କ ବିବାହ, ଶୀତଳ ଷଷ୍ଟି ଯାତ୍ରା କୁ ଦେଖିବା ପାଇଁ ଅପେକ୍ଷା କରିଥାନ୍ତି l