ଶିଶୁ ସାହିତ୍ୟିକ ନଦୀୟା ବିହାରୀ ମହାନ୍ତିଙ୍କ ପରଲୋକ

ଶିଶୁ ସାହିତ୍ୟିକ ନଦୀୟା ବିହାରୀ ମହାନ୍ତିଙ୍କ ପରଲୋକ

ଶିଶୁ ସାହିତ୍ୟିକ ନଦୀୟା ବିହାରୀ ମହାନ୍ତିଙ୍କ ପରଲୋକ
କଟକ: ବିଶିଷ୍ଟ ଶିଶୁ ସାହିତ୍ୟିକ ନଦୀୟା ବିହାରୀ ମହାନ୍ତିଙ୍କ ପରଲୋକ ହୋଇଛି । କଟକର ଏକ ଘରୋଇ ହସ୍ପିଟାଲରେ ୯୦ ବର୍ଷ ବୟସରେ ପରଲୋକ ହୋଇଛି । ଏନେଇ ତାଙ୍କ ପରିବାରପକ୍ଷରୁ ସୂଚନା ମିଳିଛି । ଲୋକପ୍ରିୟ ଆକାଶବାଣୀ କାର୍ୟ୍ୟକ୍ରମ ଶିଶୁ ସଂସାର ’ବଡଭାଇ’ ଭୂମିକାରେ ସେ ବହୁ ବର୍ଷ ଧରି ଅଭିନୟ କରିଛନ୍ତି । ଅଭିନୟ ସହିତ ଶିଶୁ ସଂସାର, ଚକଚକା ଭଉଁରୀ, କିେଶାର ଚକ୍ର ଆଦି କାର୍ୟ୍ୟକ୍ରମକୁ ପ୍ରଯୋଜନା ମଧ୍ୟ କରିଛନ୍ତି ନଦୀୟା । ୨୦୧୩ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ପୁରସ୍କୃତ ହୋଇଥିଲେ ନଦୀୟା । ତାଙ୍କ ରଚନାବଳୀ ମଧ୍ୟରେ ରହିଛି ଗପୁଡି ଓ ପକୁଡି, ଖରୀ ଖେଚୁଡି, ଆଖି-୨୦୦୦, ଛୁଆଙ୍କ ନାଟକ, ରାସ୍ତାରୋକା ଆଦି । ‘ଗପୁଡି ଓ ପକୁଡି’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହେବା ସହିତ ଝୁମୁକା ସମ୍ମାନ ଓ ରାଜଧାନୀ ପୁସ୍ତକମେଳା ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି ।