ଶିଶୁଙ୍କ ଠାରେ କୋଭାକ୍ସିନ ଟିକାର ପରୀକ୍ଷଣ ଖୁବ ଶୀଘ୍ର

ଶିଶୁଙ୍କ ଠାରେ କୋଭାକ୍ସିନ ଟିକାର ପରୀକ୍ଷଣ ଖୁବ ଶୀଘ୍ର

ଶିଶୁଙ୍କ ଠାରେ କୋଭାକ୍ସିନ ଟିକାର ପରୀକ୍ଷଣ ଖୁବ ଶୀଘ୍ର
ନାଗପୁର: କୋଭିଡ ଭୟରେ ନିଜ ପିଲାଙ୍କୁ ସ୍କୁଲ ଛାଡ଼ୁନଥିବା ଏବଂ କେବେ ୧୮ ବର୍ଷରୁ କମ ବୟସ୍କଙ୍କ ପାଇଁ କୋଭିଡ ଟିକା ଆସିବ ବୋଲି ଜିଜ୍ଞାସା କରୁଥିବା ପିତାମାତାଙ୍କ ପାଇଁ ଖୁସି ଖବର ଆଣି ଦେଇଛନ୍ତି ହାଇଦ୍ରାବାଦ ସ୍ଥିତ ଟିକା ନିର୍ମାତା ଭାରତ ବାୟୋଟେକ କମ୍ପାନୀ । ଭାରତରେ ନିଜସ୍ୱ ଜ୍ଞାନକୌଶଳରେ କୋଭାକ୍ସିନ ନାମକ କୋଭିଡ ଟିକା ବିକଶିତ କରିଥିବା ଭାରତ ବାୟୋଟେକ ଖୁବ ଶୀଘ୍ର ନାବାଳକଙ୍କ ଠାରେ ଉକ୍ତ ଟିକାର ନୈଦାନିକ ପରୀକ୍ଷଣ ଆରମ୍ଭ କରିବ ବୋଲି ଘୋଷଣା କରିଛି । ଏପରିକି ଏଥିପାଇଁ ସରକାରଙ୍କ ଠାରୁ ଆବଶ୍ୟକ ଅନୁମତି ମିଳିଗଲେ ଚଳିତ ମାସ ଶେଷ ସୁଦ୍ଧା କିମ୍ବା ମାର୍ଚ୍ଚ ପ୍ରଥମ ଭାଗରେ ନାଗପୁର ସ୍ଥିତି ଏକ ଅଗ୍ରଣୀ ଶିଶୁ ଡାକ୍ତରଖାନାରେ ୨ ରୁ ୧୮ ବର୍ଷ ବୟସର ସ୍ୱେଚ୍ଛାସେବୀଙ୍କ ଠାରେ କୋଭାକ୍ସିନର ନୈଦାନିକ ପରୀକ୍ଷଣ ଆରମ୍ଭ ହେବ ବୋଲି କମ୍ପାନୀ ଆଶା ପ୍ରକଟ କରିଛି ।