ଶାହଙ୍କ ଆଗରେ ନବୀନଙ୍କ ୫ ଦାବି
ଶାହଙ୍କ ଆଗରେ ନବୀନଙ୍କ ୫ ଦାବି
ଭୁବନେଶ୍ୱର: ନକ୍ସଲ ମୁକାବିଲା ଓ ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଖିଲେ ୫ଟି ଦାବି । ସଡ଼କପଥ, ରେଳପଥ, ଟେଲିକମ, ମୋବାଇଲ ନେଟୱର୍କ ଓ ବ୍ୟାଙ୍କିକ ସୁବିଧାର ବିକାଶ ଉପରେ ନବୀନ ଦେଇଛନ୍ତି ଗୁରୁତ୍ୱ । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଆଗରେ ରଖିଛନ୍ତି ଏମିତି ଦାବି ।
ରବିବାର କେନ୍ଦ୍ର ମନ୍ତ୍ରୀ ଶାହ ମାଓବାଦୀ ମୁକାବିଲା ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରିଥିଲେ ବୈଠକ । ନବୀନ ଜୟପୁର-ମୋଟୁ ରାସ୍ତାକୁ ୪ ଲେନ ବିଶିଷ୍ଟ କରିବକୁ ପ୍ରସ୍ତାବ ଦେଇଛନ୍ତି । ମାଓ ପ୍ରଭାବିତ ଅଞ୍ଚଳକୁ ରେଳସଂଯୋଗ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ମୋବାଇଲ ସଂଯୋଗ ବୃଦ୍ଧି କରିବାକୁ ମଧ୍ୟ ଦାବି କରିଛନ୍ତି । ରାଜ୍ୟର ୬୨୭୮ଟି ଗ୍ରାମରେ ମୋବାଇଲ ସଂଯୋଗ ବ୍ୟବସ୍ଥା ନାହିଁ । ଏହି ସବୁ ଗ୍ରାମରେ ୪୪୮ଟି ମୋବାଇଲ ଟାୱାର ଲାଗି ନବୀନ ପ୍ରସ୍ତାବ ଦେଇଛନ୍ତି ।
ସେହିପରି ମାଓ ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କିଙ୍ଗ ସୁବିଧା ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ଏହାଛଡ଼ା ମାଓ ପ୍ରଭାବିତ ଅଞ୍ଚଳର ପିଲାଙ୍କ ସଫଳତା ଉପରେ ମଧ୍ୟ ନବୀନ ଗୁରୁତ୍ୱାରୋପ କରିଛନ୍ତି । ଏନଇଇଟି, ଆଇଆଇଟି ଓ ଜେଇଇରେ ସଫଳତା ପାଇଁ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।




admin 