ଶରଦ ଯାଦବଙ୍କ ପରଲୋକ
ଶରଦ ଯାଦବଙ୍କ ପରଲୋକ
ନୂଆଦିଲ୍ଲୀ : ବରିଷ୍ଠ ରାଜନେତା ତଥା ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବଙ୍କ ପରଲୋକ ଘଟିଛି । ଦେହାନ୍ତ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ଗୁରୁବାର ରାତିରେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଶରଦ ଯାଦବ ଶେଷ ନିଶ୍ୱାସ ତ୍ୟାଗ କରିଥିବା ତାଙ୍କ ଝିଅ ସୂଚନା ଦେଇଛନ୍ତି।
ଶରଦ ଯାଦବ ସାତ ଥର ଲୋକସଭା ଓ ୩ ଥର ରାଜ୍ୟସଭା ସଦସ୍ୟ ଥିଲେ। ୯୯୭ରେ ସେ ଜନତାଦଳ ଓ ପରେ ଜେଡିୟୁ ଗଠନ ହେବା ପରେ ସେ ତାହାର ପ୍ରଥମ ରାଷ୍ଟ୍ରୀୟ ସଭାପତି ଥିଲେ।
ଶରଦ ଯାଦବଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଭିନ୍ନ ରାଜନେତାମାନେ ଶୋକ ପ୍ରକାଶ କରିଛନ୍ତି।




admin 