ଲେଖାଶ୍ରୀ-ପ୍ରମିଳା ମୁହାଁମୁହିଁ, ବ୍ୟକ୍ତିଗତ ଆକ୍ଷେପ ବି କଲେ

ଲେଖାଶ୍ରୀ-ପ୍ରମିଳା ମୁହାଁମୁହିଁ, ବ୍ୟକ୍ତିଗତ ଆକ୍ଷେପ ବି କଲେ

ଲେଖାଶ୍ରୀ-ପ୍ରମିଳା ମୁହାଁମୁହିଁ, ବ୍ୟକ୍ତିଗତ ଆକ୍ଷେପ ବି କଲେ

ଭୁବନେଶ୍ୱର: ମମିତା ହତ୍ୟାକାଣ୍ଡକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ଏହି ହତ୍ୟାକାଣ୍ଡକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିଥିବା ବେଳେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି । ହେଲେ ଏହାରି ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଓ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ।

ମମିତା ହତ୍ୟାକାଣ୍ଡକୁ ନେଇ ବିବାଦ ଜୋର ଧରିବା ପରେ ସରକାରଙ୍କ ସପକ୍ଷରେ ମୁହଁ ଖୋଲିଥିଲେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ । ସେ କହିଥିଲେ, ଆଇନ ତା ବାଟରେ ଯିବ ଓ ଦୋଷୀ ନିଶ୍ଚେ ଦଣ୍ଡ ପାଇବ । ଆଉ ଏହାକୁ ନେଇ ଲେଖାଶ୍ରୀ ପ୍ରମିଳାଙ୍କୁ ଟାର୍ଗେଟ କରିଛନ୍ତି। ଲେଖାଶ୍ରୀ କହିଛନ୍ତି, ଯିଏ ପୂର୍ବରୁ ଡାଲି, ଛତୁଆ ଚୋରି ମାମଲାରେ ମନ୍ତ୍ରୀ ପଦରୁ ବିଦା ହୋଇଥିଲେ ସେ କିଭଳି ଦୋଷୀ ଦଣ୍ଡ ପାଇବେ ବୋଲି କହୁଛନ୍ତି ।

ଏହାକୁ ନେଇ ଲେଖାଶ୍ରୀଙ୍କୁ ପାଲଟା ଆକ୍ରମଣ କରି ପ୍ରବଳ ବର୍ଷିଛନ୍ତି ପ୍ରମିଳା ମଲ୍ଲିକ । ସେ କହିଛନ୍ତି, ଲେଖାଶ୍ରୀ ଆମ ଦଳକୁ ଆସିଥିଲେ ଟିକେଟ ପାଇଁ । ମୁଁ ସେତେବେଳେ ବାଲେଶ୍ୱରର ପର୍ୟ୍ୟବେକ୍ଷକ ଥିଲି । ଆମେ ଟିକେଟ ଦେଲୁ ନାହିଁ । ଏବେ ସେ ଯାଇ ବିଜେପିରେ ମିଶିବା ପରେ ବିଜେଡି ବିରୋଧରେ କଥା କହୁଛନ୍ତି । ହେଲେ ସେ ଜୀବନରେ କେବେ ୱାର୍ଡ ମେମ୍ବରଟିଏ ବି ହୋଇପାରିବେନି । ଆଉ ସେ ସାମାଜିକ ପ୍ରଶ୍ନବାଚୀ ମୋ ଉପରେ କଣ ଉଠାଇବେ? ସାରା ଓଡିଶାବାସୀ ଜଣିଛନ୍ତି କାହା ଉପରେ ସାମାଜିକ ପ୍ରଶ୍ନବାଚୀ ଅଛି ।

ପ୍ରମିଳା ଆହୁରି ମଧ୍ୟ କହିଛନ୍ତି, ବିଜେପିର ଉଦ୍ଦେଶ୍ୟ ନୁହେଁ ମମିତାଙ୍କୁ ନ୍ୟାୟ ଦେବା । କେସକୁ ବୁଲେଇ ବଙ୍କେଇ ଯାତ୍ରା କରିବା ହେଉଛି ତାଙ୍କ ଉଦ୍ଦେଶ୍ୟ । ତାଙ୍କ ଦଳର ଚରିତ୍ର ହେଉଛି ମିଥ୍ୟା ଆରୋପ କରିବା । ଯଦି ସାହାସ ଅଛି ପ୍ରମାଣ କରି ଦେଖାନ୍ତୁ ମୋ ନାଁରେ କେଉଁଠି ମାମଲା ଅଛି ।