କଂଗ୍ରେସ ଛାଡିଲେ ପ୍ରଦୀପ ମାଝୀ, ବିଜେଡ଼ିରେ ମିଶିବେ

କଂଗ୍ରେସ ଛାଡିଲେ ପ୍ରଦୀପ ମାଝୀ, ବିଜେଡ଼ିରେ ମିଶିବେ

କଂଗ୍ରେସ ଛାଡିଲେ ପ୍ରଦୀପ ମାଝୀ, ବିଜେଡ଼ିରେ ମିଶିବେ

ଭୁବନେଶ୍ୱର : ଯାହା ଆଶଙ୍କା କରାଯାଉଥିଲା ସେଇଆ ହିଁ ହେଲା  । ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ ଶେଷରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି  । ପିସିସି କାର୍ଯ୍ୟକାରୀ ସଭାପତି ଥିବା ଶ୍ରୀ ମାଝୀ ଦଳ ସହ ସମ୍ପର୍କ ଛିନ୍ନ କରିଛନ୍ତି  । ଗତ କିଛିଦିନ ଧରି ଏଭଳି ଚର୍ଚ୍ଚା ଜୋର ଧରିଥିଲା  । କଂଗ୍ରେସ ଛାଡ଼ିବା ପରେ ସେ ଖୁବଶୀଘ୍ର ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ଯୋଗ ଦେବେ  । ଏମିତିକି ୨୦୨୨ରେ ତାଙ୍କୁ ବିଜେଡ଼ି ରାଜ୍ୟସଭାକୁ ପଠାଇବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି  ।

ଏଆଇସିସି ସଭାପତି ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖି ସେ ଇସ୍ତଫା ଦେଇଛନ୍ତି  ।  ଦଳରେ ଜନସେବାର ସୁଯୋଗ ନଥିବାରୁ ସେ ଦୁଃଖ ଓ କଷ୍ଟର ସହ ଇସ୍ତଫା ଦେଉଛନ୍ତି ବୋଲି କହିଛନ୍ତି  ।

ଶ୍ରୀ ମାଝୀ ପୂର୍ବରୁ ବିଜୁ ଜନତା ଦଳ ସହ ଯୋଗସୂତ୍ରରେ ରହିଛନ୍ତି  । ସେ କଂଗ୍ରେସ ଛାଡ଼ି ବିଜେଡ଼ିରେ ମିଶିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା  । ପିପିଲି ଉପନିର୍ବାଚନ ପରେ ସେ ବିଜେଡ଼ିରେ ମିଶିବେ ବୋଲି କୁହାଯାଉଥିଲା  । ଯାହା ଆଜି ସତରେ ପରିଣତ ହୋଇଛି  । କଂଗ୍ରେସ ଛାଡ଼ିବେ ନାହିଁ ବୋଲି ପ୍ରଦୀପ ମାଝୀ ଜୋର ଦେଇ କହୁଥିଲେ ମଧ୍ୟ ସେ ଭୂତାଉଥିଲେ ବୋଲି ସ୍ପଷ୍ଟ ହୋଇଯାଇଛି  । ଏବେ ପ୍ରଦୀପ କଂଗ୍ରେସ ଛାଡ଼ି ଥିବାବେଳେ କେବେ ବିଜେଡ଼ିରେ ମିଶିବେ ତାହା ସ୍ପଷ୍ଟ ହୋଇନାହିଁ  ।