ଲକ୍ଷଣ ନଥିଲେ କୋଭିଡ୍ ଟେଷ୍ଟ ନକରିବାକୁ ପରାମର୍ଶ
ଲକ୍ଷଣ ନଥିଲେ କୋଭିଡ୍ ଟେଷ୍ଟ ନକରିବାକୁ ପରାମର୍ଶ
ଭୁବନେଶ୍ୱର: ଲକ୍ଷଣ ନଥିଲେ କରନ୍ତୁ ନାହିଁ କୋଭିଡ୍ ଟେଷ୍ଟିଂ। ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଲକ୍ଷଣ ନାହିଁ ଯଦି ଟେଷ୍ଟିଂ କରିବାର ଆବଶ୍ୟକତା ନାହିଁ ବୋଲି ଦିଆଯାଇଛି ପରାମର୍ଶ। କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ୍ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ଏ ନେଇ ଜିଲ୍ଳା ଗୁଡିକୁ ଜଣାଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ।
ମୋଟ ସଂକ୍ରମଣର ୨ ପ୍ରତିଶତରୁ କମ୍ ହସପିଟାଲରେ ଅଛନ୍ତି। ଆଇସିୟୁରେ ପ୍ରାୟ ୩୦୦ ଲୋକ ଅଛନ୍ତି। ଗାଇଡଲାଇନ ଅନୁସାରେ ବୃଦ୍ଧ ବ୍ୟକ୍ତି ବି ଲକ୍ଷଣ କମ୍ ଥିଲେ ଆଇସୋଲେସନରେ ରହିବା ଭଲ।
ଏହା ସହ ଅନାବଶ୍ୟକ ମେଡ଼ିସିନ୍ ବ୍ୟବହାର କରିବାକୁ ମଧ୍ୟ ସତର୍କ କଲେ ନିରଞ୍ଜନ ମିଶ୍ର। ଭାଇରାଲ ଫ୍ଳୁ ପାଇଁ ଆଣ୍ଟିବାଓଟିକ୍ ଆବଶ୍ୟକ ନାହିଁ ଏଣୁ ଅଯଥା ମେଡିସିନ୍ ବ୍ୟବହାର ଦରକାର ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ବାରମ୍ବାର କହିଥିବା ନିର୍ଦ୍ଦେଶକ କହିଛନ୍ତି।




admin 