ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ବାଇଡେନ୍‌ଙ୍କ ବଡ଼ ବୟାନ

ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ବାଇଡେନ୍‌ଙ୍କ ବଡ଼ ବୟାନ

ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ବାଇଡେନ୍‌ଙ୍କ ବଡ଼ ବୟାନ

ୱାଶିଂଟନ: ୟୁକ୍ରେନ୍‌ ଉପରେ ରୁଷର ଆକ୍ରମଣ ଜାରି ରହିଥିବା ବେଳେ ପୋଲାଣ୍ଡ ଗସ୍ତରେ ଯାଇଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ବଡ଼ ବୟାନ ଦେଇଛନ୍ତି।  କହିଛନ୍ତି, ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବାର କୌଣସି ଯଥାର୍ଥ କାରଣ ନାହିଁ। ଏଥିସହ ଏଣିକି ଲମ୍ବା ଲଢେଇ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି।

ୟୁକ୍ରେନକୁ ନେଇ ରୁଷ୍ ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ନାଟୋରେ ବିଭାଜନ ପାଇଁ ପୁଟିନଙ୍କ ପ୍ରୟାସ ପଣ୍ଡ ହୋଇଯାଇଛି। ୟୁକ୍ରେନ ବିରୋଧୀ ଯୁଦ୍ଧରେ ରୁଷର ରଣନୀତି ଫେଲ ମାରିଥିବା କହିଛନ୍ତି ବାଇଡେନ୍।

ପୋଲାଣ୍ଡର ଓ୍ୱାର୍ସାରେ ବାଇଡେନ୍ ୟୁକ୍ରେନର ୨ ପ୍ରମୁଖ ମନ୍ତ୍ରୀ ଏବଂ ଶୀର୍ଷ କିଭ୍ ଅଧିକାରୀଙ୍କ ସହ ବୈଠକ କରିଥିଲେ। ଗସ୍ତର ଦ୍ୱିତୀୟ ଦିନରେ ଓ୍ୱାର୍ସାର ମାରିଅଟ୍ ହୋଟେଲରେ ବାଇଡେନ୍ ଏବଂ ୟୁକ୍ରେନ୍ର ୨ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା  ପ୍ରଥମ ଦିନରେ ସେ ପୋଲାଣ୍ଡ ସୀମାରେ ମୁତୟନ ହୋଇଥିବା ଆମେରିକା ସୈନିକଙ୍କୁ ଭେଟିଥିଲେ।

ବୈଠକ ପରେ ବାଇଡେନ୍ ୟୁକ୍ରେନକୁ  ଆର୍ଥିକ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହାଛଡା ସାମରିକ ସହାୟତା ପାଇଁ ଆମେରିକୀୟ ସୈନ୍ୟ ପୋଲାଣ୍ଡରେ ରହିବେ ବୋଲି କହିଛନ୍ତି ବାଇଡେନ। ସେପଟେ ବାଇଡେନଙ୍କ ବୟାନକୁ ନେଇ ଆପତି ଜାହିର କରିଛି ରୁଷ । କହିଛି, ବାଇଡେନ୍ ଦୁଇ ଦେଶ ମଧ୍ୟରେ ଦୂରତାକୁ ବଢାଉଛନ୍ତି।

ସେପଟେ ୟୁକ୍ରେନରେ ରୁଷର ପ୍ରଥମ ପର୍ୟ୍ୟୟ ଅପରେସନ୍ ପ୍ରାୟ ଶେଷ ହୋଇଛି। ରୁଷ୍ ସୈନ୍ୟ ବାହିନୀ ୟୁକ୍ରେନ୍ର ଦକ୍ଷିଣ ଭାଗକୁ ଛାରଖାର କରିବା ସହ ଉତ୍ତର ୟୁକ୍ରେନର ପ୍ରମୁଖ ସହର ଚେର୍ନିହିବକୁ ମାଟିରେ ମିଶାଇ ଦେଇଛନ୍ତି। ୩ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ସହର ପୂରା ନଷ୍ଟ ହୋଇଯାଇଛି। ଚେର୍ନିହିବରେ ମାରିୟୁପୋଲ ଠାରୁ ବି ସାଂଘାତିକ ସ୍ଥିତି ଉପୁଜିଛି। ସହର ୯୫ ପ୍ରତିଶତ ଖାଲି ହୋଇଯାଇଥିବା ବେଳେ ଯେଉଁମାନେ ଅଛନ୍ତି ସେମାନଙ୍କ ପାଇଁ ଖାଦ୍ୟ, ପାଣି, ବିଦ୍ୟୁତ ଓ ଅନ୍ୟ ଅତ୍ୟାବଶ୍ୟକ ସୁବିଧା ନାହିଁ।