ରିକ୍ସା ଓ ସାଇକେଲା ଚଲାଇ ପ୍ରତିବାଦ କଲା କଟକ ଜିଲ୍ଲା କଂଗ୍ରେସ
ରିକ୍ସା ଓ ସାଇକେଲା ଚଲାଇ ପ୍ରତିବାଦ କଲା କଟକ ଜିଲ୍ଲା କଂଗ୍ରେସ
ଭୁବନେଶ୍ୱର: ସାରା ରାଜ୍ୟରେ ତେଲ ଦର ଓ ନିତ୍ୟ ବ୍ୟବହାର ସାମଗ୍ରୀ ଦର ବୃଦ୍ଧି ପ୍ରତିବାଦରେ ୧୦ ଦିନିଆ ପ୍ରତିବାଦ ଜାରି ରହିଛି । ପ୍ରଥମେ କଂଗ୍ରେସ ପକ୍ଷରୁ ଘଂଟ, ଥାଳି ଓ ଖଞ୍ଜଣି ମାଡ କରି ବ୍ଲକ କାର୍ଯ୍ୟାଳୟ ମାନଙ୍କ ବିକ୍ଷୋପ କରାଯାଇଥିବା ବେଳେ ଆଜି ରିକ୍ସା ଓ ସାଇକେଲ ଚଲାଇ ତୈଳଦର ବୃଦ୍ଧିର ପ୍ରତିବାଦ କରିଛନ୍ତି କଂଗ୍ରେସ କର୍ମୀ । କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ସାଇକେଲ ଚଲାଇ ଶୋଭାଯାତ୍ରା କରିଥିଲେ । ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଚୌଧୁରୀ ଏକ ରିକ୍ସା ଚଲାଇ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି । କଂଗ୍ରେସର ଏଭଳି ଅଭିନବ ପ୍ରତିବାଦ ସାଧାରଣରେ ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି ।
ଏନେଇ ମାନସ ଚୌଧୁରୀ କହିଛନ୍ତି ଯେ, ମୋଦି ସରକାରଙ୍କ ଅମଳରେ ସବୁ ମହଙ୍ଗା ହେବାରେ ଲାଗିଛି । ଦିନକୁ ଦିନ ତୈଳଦର ଆକାଶ ଛୁଆଁ ହେବାରେ ଲାଗିଛି । ଯାହା ଫଳରେ ନିତ୍ୟ ବ୍ୟବହାର ସାମଗ୍ରୀ ବୃଦ୍ଧି ପାଇଛି । ଗ୍ୟାସ ଦର ବଢିବାରେ ଲାଗିଛି । ସର୍ବପରି ହାଣ୍ଡିଶାଳରେ ଚଡକ ପଡିଛି । ମୋଦି ସରକାରଙ୍କ ଏହି ଜନମାରଣ ନୀତି ବିରୋଧ ସାରା ରାଜ୍ୟରେ ନୁହେଁ ସାରା ଦେଶରେ ମଧ୍ୟ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଉଛି । ଜନସାଧାରଣମାନେ ମଧ୍ୟ ପ୍ରକୃତ ଯେଉଁ ଅନୁଭବ କରୁଛନ୍ତି ଯେ ସେମାନେ କଷ୍ଟରେ ଅଛନ୍ତି ଓ ଅସୁବିଧାରେ ରହୁଛନ୍ତି । ସେମାନେ ମଧ୍ୟ କଂଗ୍ରେସର ଏଭଳି ଅଭିଯାନକୁ ସମର୍ଥନ କରିବା ସହ ନିଜ ନିଜ ସ୍ତରରେ ପ୍ରତିବାଦ କରିବାକୁ ଆହ୍ୱାନ ଦେଇଛନ୍ତି ଏବଂ ଆଗାମୀ ୧୫ ତାରିଖ ଦିନ କୌଣସି ବ୍ୟକ୍ତି ଯେଭଳି ପେଟ୍ରୋଲ ଓ ଡିଜେଲ ସାମଗ୍ରୀ ନ କିଣିବା ପାଇଁ ନିବେଦନ କରିଛନ୍ତି ।




admin 