ରାହୁଲ କହିଲେ ଇଭେଣ୍ଟ ଖତମ୍

ରାହୁଲ କହିଲେ ଇଭେଣ୍ଟ ଖତମ୍

ରାହୁଲ କହିଲେ ଇଭେଣ୍ଟ ଖତମ୍


ନୂଆଦିଲ୍ଲୀ: ଟିକାକରଣ ନେଇ କେନ୍ଦ୍ରର ମୋଦି ସରକାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ମୋଦିଙ୍କ ଜନ୍ମଦିନରେ ଗତ ସେପ୍ଟେମ୍ବର ୧୭ ତାରିଖରେ ଭାରତରେ ଅଢେ଼ଇ କୋଟି କରୋନା ଭ୍ୟାକସିନ ଡୋଜ ଦିଆଯାଇଥିଲା । ଏହା ସାରା ବିଶ୍ୱରେ ଏକ ବିରଳ ରେକର୍ଡ କରିଥିଲା । ତେବେ ଏ ପ୍ରସଙ୍ଗରେ ସେପ୍ଟେମ୍ବର ମାସର ୧୦ ଦିନ କରୋନା ଟିକାକରଣ ଗ୍ରାଫ ରଖି ମୋଦି ସରକାରଙ୍କୁ କଟାକ୍ଷ କରିଛନ୍ତି ରାହୁଲ । ଏହି ଗ୍ରାଫରେ ଦର୍ଶାଯାଇଛି, କେବଳ ମୋଦିଙ୍କ ଜନ୍ମଦିନ ୧୭ ତାରିଖରେ ହିଁ ଅଢେ଼ଇ କୋଟି ଟିକା ଦିଆଯାଇଛି । ହେଲେ ବାକି ସବୁ ଦିନ ଟିକାକରଣ ଗତି ଅତି ଧିମା ରହିଛି । ଏପରିକି ୧୭ରେ ବିଶ୍ୱ ରେକର୍ଡ ଟିକାଦାନ ପରେ ୧୮ରେ ପୁଣି ଟିକାଦାନ ହାର ତଳମୁହାଁ ହୋଇଛି । ରାହୁଲ ଏ ନେଇ କଟାକ୍ଷ କରିଛନ୍ତି- ଇଭେଣ୍ଟଖତମ । ଏଭଳି କଟାକ୍ଷ ମାଧ୍ୟମରେ ରାହୁଲ କହିଛନ୍ତି ଯେ ମୋଦି ସରକାର କେବଳ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ରେକର୍ଡ ଟିକାକରଣ କରାଇଥିଲେ । ମାତ୍ର ଏହାପରେ ଟିକାକରଣ ହାର ପୁଣି ଖସିଛି । ସୂଚନାଯୋଗ୍ୟ, ଗତକାଲି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କଂଗ୍ରେସକୁ କଟାକ୍ଷ କରି କହିଥିଲେ, ଦେଶରେ ରେକର୍ଡ ଟିକାକରଣ ହେବା ପରେ ଗୋଟିଏ ରାଜନୈତିକ ଦଳକୁ ଜ୍ୱର ହୋଇଯାଇଛି । ଏହାର ଜବାବ ଦେଇ ରାହୁଲ ଆଜି ପାଲଟା କଟାକ୍ଷ ଛାଡ଼ିଛନ୍ତି ମୋଦିଙ୍କ ଆଡ଼କୁ ।