ପୁରା ହେଲା ରାହୁଲଙ୍କ ଦାବି, ନେତା ଜଣାଇଲେ ଶୁଭେଚ୍ଛା
ପୁରା ହେଲା ରାହୁଲଙ୍କ ଦାବି, ନେତା ଜଣାଇଲେ ଶୁଭେଚ୍ଛା
ଜାତିଭିତ୍ତିକ ଜନଗଣନା ପାଇଁ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି । କେନ୍ଦ୍ର ,ସରକାରଙ୍କ ଏହି ନିସ୍ପତ୍ତିକୁ ସ୍ବାଗତ କରିଛନ୍ତି ବିରୋଧୀ । ପୂର୍ବରୁ କଂଗ୍ରେସ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରିବା ସହ ୫୦ ପ୍ରତିଶତ ସଂରକ୍ଷଣ ସୀମାରେଖାକୁ ହଟାଇବାକୁ ସରକାରଙ୍କ ପାଖରେ ବାରମ୍ବାର ପ୍ରସ୍ତାବ ଦେଇଆସୁଥିଲେ । କେନ୍ଦ୍ର ସରକାରଙ୍କ ଏହି ଜାତିଭିତ୍ତିକ ଜନଗଣନା ଦ୍ବାରା ପଛୁଆ ବର୍ଗର ଲୋକଙ୍କ ଉନ୍ନତି ପାଇଁ ନିର୍ଦ୍ଦିଷ୍ଟ ଯୋଜନା ପ୍ରସ୍ତୁତ ହୋଇପାରିବ ବୋଲି ଆଶା କରିଥିଲେ ବିରୋଧି ଦଳ ନେତା ରାହୁଲ ଗାନ୍ଦି । କଂଗ୍ରେସ ସବୁବେଳେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗଙ୍କ ବିକାଶ ପାଇଁ ନିଜର ସ୍ବର ଉଠାଇ ଆସିଛନ୍ତି । ତେବେ କେନ୍ଦ୍ରର ଜାତିଗତ ଜନଗଣନା ନିଷ୍ପତ୍ତି ପରେ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ ରାହୁଲ ଗାନ୍ଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ।