ରାଜ୍ୟ ସରକାରଙ୍କ ଗାଇଡଲାଇନ : କାଟେଗୋରୀ ‘ଏ’କୁ ଗଲେ ୩ ଜିଲ୍ଲା

ରାଜ୍ୟ ସରକାରଙ୍କ ଗାଇଡଲାଇନ : କାଟେଗୋରୀ ‘ଏ’କୁ ଗଲେ ୩ ଜିଲ୍ଲା

ରାଜ୍ୟ ସରକାରଙ୍କ ଗାଇଡଲାଇନ : କାଟେଗୋରୀ ‘ଏ’କୁ ଗଲେ ୩ ଜିଲ୍ଲା

ଭୁବନେଶ୍ୱର:  ଆସନ୍ତାକାଲି ଅର୍ଥାତ ଗୁରୁବାର ରାଜ୍ୟରେ ଲାଗୁଥିବା ଆଂଶିକ ଲକଡାଉନ ସରୁଛି । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।  ଆଂଶିକ ଲକଡାଉନ ସରୁଥିବାରୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନୂଆ ଗାଇଡଲାଇନ ଘୋଷଣା କରିଛନ୍ତି । ଜୁଲାଇ ମାସର ଗାଇଡଲାଇନ ନେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।  କୋଭିଡ ପରିଚାଳନା ନେଇ ସେ ସବିଶେଷ ତଥ୍ୟ ଦେଇଛନ୍ତି ।  ଏହି ଅବସରରେ ସେ ଜୁଲାଇ  ୧୬ ତାରିଖ ଯାଏଁ ଆଂଶିକ ଲକଡାଉନ ଘୋଷଣା କରାଯାଇଥିବା ନେଇ  ସେ ସୂଚନା ଦେଇଛନ୍ତି ।  ଏଥିସହ ସଂକ୍ରମଣ କମିଥିବା କାଟୋଗରୀ  ‘ଏ’କୁ ଆଉ ୩ଜିଲ୍ଲା ଉନ୍ନୀତ ହୋଇଛି । ସେଗୁଡ଼ିକ ହେଲା ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର ।  ୩ଟି ଜିଲ୍ଲାରେ ପଜିଟିଭିଟି ରେଟ ୫ ପ୍ରତିଶତ କମିଥିବାରୁ କାଟୋଗରୀ  ‘ଏ’କୁ ଯାଇଛନ୍ତି ।  ଫଳରେ ସଂକ୍ରମଣ କମିଥିବା ୨୦ଟି ଜିଲ୍ଲା କାଟୋଗରୀ  ‘ଏ’ରେ ସାମିଲ ହୋଇଛନ୍ତି ।