ରାଜ୍ୟ ବିଜେପିର କାର୍ୟ୍ୟକାରିଣୀ ବୈଠକ, ସରକାରଙ୍କୁ ଘେରିବାକୁ ତିଆରି ହେବ ରଣକୌଶଳ
ରାଜ୍ୟ ବିଜେପିର କାର୍ୟ୍ୟକାରିଣୀ ବୈଠକ, ସରକାରଙ୍କୁ ଘେରିବାକୁ ତିଆରି ହେବ ରଣକୌଶଳ
ଭୁବନେଶ୍ୱର: ବିଜେପିର ରାଜ୍ୟ କାର୍ୟ୍ୟକାରିଣୀ ବୈଠକ ବସିବ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାଂପ୍ରତିକ ଓ ରାଜନୈତିକ ପ୍ରସଙ୍ଗ ଉପରେ ଆଲୋଚନା ହେବ । ପ୍ରଧାନମନ୍ତ୍ରୀ ଆବାସରୁ ନେଇ ଚାଷୀ ଓ ଚାଷୀ ସମସ୍ୟା ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣକୌଶଳ ତିଆରି ହେବ । ଆଗକୁ ନିର୍ବାଚନ ପାଇଁ କିଭଳି ପ୍ରସ୍ତୁତ ହେବ ତା ଉପରେ ମଧ୍ୟ ଚର୍ଚ୍ଚା ହେବ ବୋଲି ସୂଚନା ମିଳିଛି ।
ରାଜ୍ୟ କାର୍ୟ୍ୟକାରିଣୀ ବୈଠକର ଅବ୍ୟବହିତ ପୂର୍ବରୁ ଶନିବାର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ପଦାଧିକାରୀ ବୈଠକ ବସିଥିଲା । ରାଜ୍ୟର ବିଭିନ୍ନ ପ୍ରସଙ୍ଗ ସମେତ ଦଳୀୟ ସଂଗଠନ ଉପରେ ଆଲାଚନା ହୋଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଞ୍ଚକତା, ବିପର୍ୟ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ଅପରାଧୀକରଣ ରାଜନୀତି, ଚାଷୀ ଓ ଚାଷ ସମସ୍ୟା, ମହିଳା ଓ ଶିଶୁ ନିର୍ୟାତନା ବୃଦ୍ଧି, ବିପର୍ୟ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ବେରୋଜଗାର ସମସ୍ୟା, ଜଳସେଚନ ବ୍ୟବସ୍ଥା, ବିଭିନ୍ନ ବିଭାଗରେ ଦୁର୍ନୀତି, ଦିଗହରା ସ୍ୱାସ୍ଥ୍ୟସେବା, ପାନୀୟ ଜଳ ସମସ୍ୟା, ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧି ଭଳି ଘଟଣାରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ନେଇ ବରିଷ୍ଠ ନେତାମାନେ ଚିନ୍ତାପ୍ରକାଶ କରିଥିଲେ ।
ରାଜ୍ୟର ବିକାଶ ପାଇଁ ଡବଲ୍ ଇଞ୍ଜିନ ସରକାର ଜରୁରି । ପୂର୍ଣ୍ଣାଙ୍ଗ ରାଜ୍ୟ କାର୍ୟ୍ୟକାରିଣୀ ବୈଠକରେ ଏ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରି ଭବିଷ୍ୟତ କାର୍ୟ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ରାଜ୍ୟର ଗରିବ ପରିବାର ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋଦି ସରକାର ଏବେ ୨୮ ଲକ୍ଷ ପକ୍କା ଘର ଆବଣ୍ଟନ କରିଛନ୍ତି । ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମାଗଣା ଚାଉଳ ଦିଆଯାଉଛି । ମହିଳା ସଶକ୍ତିକରଣ ପାଇଁ ସ୍ୱୟଂ ସହାୟିକା ଗୋଷ୍ଠୀ ଜରିଆରେ ପର୍ୟ୍ୟାପ୍ତ ପରିମାଣର ଆର୍ଥିକ ସହାୟତା, ପିଏମ୍-କିଶାନ ଯୋଜନାରେ ଚାଷୀଙ୍କୁ ଆର୍ଥିକ ସହାୟତା, ୫-ଜି ସେବା, ମୋବାଇଲ ଟାୱାର ନିର୍ମାଣ ଭଳି ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ବୈଠକରେ ଧନ୍ୟବାଦ ଦିଆଯାଇଥିଲା। ପରେ ଜିଲ୍ଲା ସଭାପତି ଓ ପ୍ରଭାରୀମାନଙ୍କ ସମୀକ୍ଷା ବୈଠକ ବସିଥିଲା ।




admin 