ରାଜ୍ୟସଭାରେ ୧୦୦ ଛୁଇଁଲା ବିଜେପି
ରାଜ୍ୟସଭାରେ ୧୦୦ ଛୁଇଁଲା ବିଜେପି
ନୂଆଦିଲ୍ଲୀ: ରାଜ୍ୟସଭାରେ ପ୍ରଥମଥର ପାଇଁ ଦଳର ସାଂସଦଙ୍କ ସଂଖ୍ୟା ୧୦୦ ଛୁଇଁଛି। ଗୁରୁବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ବିଜେପି ଆସାମ, ତ୍ରିପୁରା ଓ ନାଗାଲଣ୍ଡର ଗୋଟିଏ ଲେଖାଏ ରାଜ୍ୟସଭା ଆସନ ଜିତିବାକୁ ସକ୍ଷମ ହେବାରୁ, ଏପରି କୀର୍ତ୍ତିମାନ ସ୍ଥାପନ କରିବାକୁ ସକ୍ଷମ ହୋଇଛି।ଇୟଗ୍ଦ ଭଚ୍ଚ
ନିକଟରେ ୬ଟି ରାଜ୍ୟର ୧୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହୋଇଥିଲା। ବିଜେପି ପଞ୍ଜାବର କୌଣସି ରାଜ୍ୟସଭା ଆସନ ଦଖଲ କରିବାକୁ ସକ୍ଷମ ହୋଇନି। କିନ୍ତୁ ୩ ଉତ୍ତରପୂର୍ବ ରାଜ୍ୟରେ ୩ଟି ଆସନ ଜିତିଛି। ସେହିପରି ହିମାଚଳ ପ୍ରଦେଶର ସମସ୍ତ ୫ ରାଜ୍ୟସଭା ସଦସ୍ୟ ବିରୋଧୀ ଦଳର ହୋଇଥିବାରୁ ବିଜେପି ଏଠାରେ ବାଜିମାତ କରିଛି। କାରଣ ହିମାଚଳ ପ୍ରଦେଶରେ ବିଜେପି କ୍ଷମତାରେ ରହିଛି। ପଞ୍ଜାବର ସମସ୍ତ ୫ ରାଜ୍ୟସଭା ଆସନ ଆପ୍ ଖାତାକୁ ଯାଇଛି।
ଅବଶ୍ୟ ଏଯାଏ ରାଜ୍ୟସଭା ୱେବସାଇଟ୍ରେ ନିର୍ବାଚନ ପରେ କେଉଁ ଦଳର ସଦସ୍ୟଙ୍କ ସଂଖ୍ୟା କେତେ ହେଲା, ତା’ର ତଥ୍ୟ ଅପଡେଟ୍ କରାଯାଇନି। କିନ୍ତୁ ବିଜେପି ଏହି ନିର୍ବାଚନ ପରେ ୧୦୦ ଅଙ୍କ ଛୁଇଁବା ନିଶ୍ଚିତ ହୋଇଛି। କାରଣ ରାଜ୍ୟସଭାରେ ବିଜେପିର ଆସନ ସଂଖ୍ୟା ବର୍ତ୍ତମାନ ୯୭ ରହିଛି। ଏହାବାଦ ୩ ରାଜ୍ୟର ଆଉ ୩ଟି ଆସନ ଦଳ ଖାତାକୁ ଯାଇଛି। ଏହାକୁ ମିଶାଇରେ ସଂଖ୍ୟା ୧୦୦ ଛୁଇଁଛି।
୨୦୧୪ରେ ରାଜ୍ୟସଭାରେ ବିଜେପି ସାଂସଦଙ୍କ ସଂଖ୍ୟା ମାତ୍ର ୫୫ ଥିଲା। ହେଲେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ଦଳ ବିଜୟ ବାନା ଉଡ଼ାଇ ନିଜର କ୍ଷମତାକୁ ରାଜ୍ୟସଭାରେ ସୁଦୃଢ଼ କରିବାରେ ଲାଗିଛି।
ଶେଷଥର ପାଇଁ ୧୯୯୦ରେ କୌଣସି ରାଜନୀତିକ ଦଳର ରାଜ୍ୟସଭା ଆସନ ସଂଖ୍ୟା ୧୦୦ ପାର କରିଥିଲେ। ଏହି ସମୟରେ କଂଗ୍ରେସର ୧୦୮ ଜଣ ସାଂସଦ ରାଜ୍ୟସଭାରେ ରହିଥିଲେ। ତେବେ ପରବର୍ତ୍ତୀ ଅବସ୍ଥାରେ ଦଳ ଗୋଟିଏ ପରେ ଗୋଟିଏ ରାଜ୍ୟ ହାରିଥିଲା ଓ ରାଜ୍ୟସଭା ସଦସ୍ୟଙ୍କ ସଂଖ୍ୟା ମଧ୍ୟ ସେହି ଅନୁସାରେ ହ୍ରାସ ପାଇଥିଲା।




admin 