ରାଜ୍ୟର ସବୁ ବସ ଓ ଟ୍ୟାକ୍ସିରେ ଲାଗିବ ଲୋକେସନ ଟ୍ରାକିଂ ସିଷ୍ଟମ

ରାଜ୍ୟର ସବୁ ବସ ଓ ଟ୍ୟାକ୍ସିରେ ଲାଗିବ ଲୋକେସନ ଟ୍ରାକିଂ ସିଷ୍ଟମ

ରାଜ୍ୟର ସବୁ ବସ ଓ ଟ୍ୟାକ୍ସିରେ ଲାଗିବ ଲୋକେସନ ଟ୍ରାକିଂ ସିଷ୍ଟମ
ଭୁବନେଶ୍ୱର : ରାଜ୍ୟର ସବୁ ବସ ଓ ଟ୍ୟାକ୍ସିରେ ଲାଗିବ ଲୋକେସନ ଟ୍ରାକିଂ ସିଷ୍ଟମ । ଏମରଜେନ୍ସୀ ବଟନ ବି ରହିବ । ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି । ଯାତ୍ରା ସମୟରେ ମହିଳାମାନେ ଅସଦାଚରଣର ଶିକାର ହୋଇଥା’ନ୍ତି । ଏଥିରୁ ରକ୍ଷା ପାଇବା ପାଇଁ ଗାଡ଼ିରେ ଲାଗିବ ଭେଇକିଲ ଟ୍ରାକିଂ ସିଷ୍ଟମ । ସବୁ ବସ, ମିନିବସ, ସ୍କୁଲ ବସ, କ୍ୟାବ ଓ ଟ୍ୟାକ୍ସିରେ ଏହି ଟ୍ରାକିଂ ବ୍ୟବସ୍ଥା ରହିବ । ସେହିପରି ସିଟରେ ମଧ୍ୟ ଏମରଜେନ୍ସୀ ବଟନ ରହିବ । କୌଣସି ଅସୁବିଧା ହେଲେ ଯାତ୍ରା କରୁଥିବା ମହିଳା ନିଜ ସିଟ ପାଖରେ ଥିବା ଏମରଜେନ୍ସୀ ବଟନକୁ ଚିପିବେ । ଫଳରେ ପରିଚାଳନା କରୁଥିବା ସେଲକୁ ଏକ ଆଲର୍ଟ ଯିବ । ଗାଡ଼ି କେଉଁଠି ଅଛି ସେନେଇ ସାଙ୍ଗେ ସାଙ୍ଗେ ପୁଲିସକୁ ଖବର ଦିଆଯିବ । ଏଥିପାଇଁ ପ୍ରାୟ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ । ସେଥିରୁ ୬୦% କେନ୍ଦ୍ର ଓ ୪୦% ରାଜ୍ୟ ସରକାର ଅର୍ଥ ଦେବେ । ନିର୍ଭୟା ଫଣ୍ଡରୁ କେନ୍ଦ୍ର ସରକାର ୯ କୋଟି ଟଙ୍କା ଦେବେ । ବର୍ତମାନ ସୁଦ୍ଧା ୪ କୋଟି ଟଙ୍କା ଆସିଛି ବୋଲି ରାଜ୍ୟ ପରିବହନ କମିଶନର ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି ।