୧୭ ବର୍ଷୀୟା ନାବାଳିକା ୩୮ ଜଣଙ୍କ ଦ୍ୱାରା ଦୁଷ୍କର୍ମ

୧୭ ବର୍ଷୀୟା ନାବାଳିକା ୩୮ ଜଣଙ୍କ ଦ୍ୱାରା ଦୁଷ୍କର୍ମ

୧୭ ବର୍ଷୀୟା ନାବାଳିକା ୩୮ ଜଣଙ୍କ ଦ୍ୱାରା ଦୁଷ୍କର୍ମ
ମାଲାପ୍ପୁରମ : କେରଳର ମାଲ୍ଲାପୁରମରେ ଜଣେ ୧୭ ବର୍ଷୀୟ ନାବାଳିକାକୁ ୩୮ ଜଣ କୁକର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ୩୮ ଜଣ ତାଙ୍କୁ ଦୀର୍ଘଦିନ ଧରି କୁକର୍ମ କରିବା ସହ ଯୌନ ନିର୍ଯ୍ୟାତନା ଦେଇଛନ୍ତି । ନିର୍ଭୟା କେନ୍ଦ୍ରରେ କାଉନସିଲିଂ କରାଯିବା ସମୟରେ ଏଭଳି ସତ୍ୟତା ପଦାକୁ ଆସିଛି । ପୀଡ଼ିତାଙ୍କ କହିବାନୁଯାୟୀ, ୨୦୧୬ରେ ପ୍ରଥମ ଥର ପାଇଁ କୁକର୍ମର ଶିକାର ହୋଇଥିଲେ । ପରେ ତାଙ୍କୁ ଚାଇଲଡ଼ କେୟାର ହୋମକୁ ପଠାଇ ଦିଆଯାଇଥିଲା । ତେବେ ଚାଇଲଡ଼ ହୋମରେ ତାଙ୍କୁ ଯୌନ ନିର୍ଯ୍ୟାତନା ଦିଆଯାଉଥିବା ସେ ପ୍ରକାଶ କରିଛନ୍ତି । ଏଥିରେ ଅତିଷ୍ଠ ହୋଇ ଗତବର୍ଷ ସେ ଚାଇଲଡ଼ ହୋମ କେୟାର ଛାଡ଼ି ଚାଲି ଆସିଥିଲେ । ଗତମାସରେ ପୁଲିସ ପୀଡ଼ିତା ଜଣଙ୍କୁ ଠାବ କରିଥିଲେ । ନିର୍ଭୟା କେନ୍ଦ୍ରରେ ତାଙ୍କୁ ପଚରାଉଚରା କରିବା ପରେ ସେ ଯେଉଁ ଅଭିଯୁକ୍ତମାନଙ୍କ ନାମ ନେଇଥିଲେ ସେମାନଙ୍କ ବିରୋଧରେ ପୋକ୍ସୋ ଆଇନ ସମେତ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି । ଇତିମଧ୍ୟରେ କେତେଜଣ ଗିରଫ ମଧ୍ୟ ହୋଇଛନ୍ତି । ଅନ୍ୟ କେତେକ ଅଭିଯୁକ୍ତ ଫେରାର ଥିବାରୁ ସେମାନଙ୍କ ସନ୍ଧାନ ଜାରିରହିଛି । ଜଣେ ଚାଇଲଡ଼ ପ୍ରୋଟେକ୍ସନ ଅଫିସରଙ୍କ ସମେତ ୫ ଜଣିଆ କମିଟି ଗଠନ କରି ଘଟଣାର ସବିଶେଷ ତଦନ୍ତ କରାଯାଉଛି ।